ଆଜି ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ

ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’ କରିବେ ମହାପ୍ରଭୁ । ବଡ଼ଦାଣ୍ଡରୁ ଭକ୍ତଙ୍କଠାରୁ ରତ୍ନବେଦିକୁ ଫେରିବେ ମହାବାହୁ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଉଭା ହେବେ ପୁଣି ତିନି ଠାକୁର । ଗୋଟି ପହଣ୍ଡିରେ ରଥାରୂଢ଼ ଠାକୁର ଶ୍ରୀମନ୍ଦିରକୁ ବିଜେ ହେବେ ।

ବିଜେ ରାସ୍ତାରେ ବାଟ ଓଗାଳିବେ ମା’ଲକ୍ଷ୍ମୀ ସାଆନ୍ତାଣୀ । ଶ୍ରୀଜଗନ୍ନାଥ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ । ନୀଳାଦ୍ରି ବିଜେ ଅବସରରେ ସମ୍ପନ୍ନ ହେବ ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳ । ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ ପାଇଁ ସକାଳୁ ସକାଳୁ ନୀତିକାନ୍ତି କରାଯାଉଛି । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅପରାହ୍ନ ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନରେ ତିନି ରଥର ଚାରବନ୍ଧା କାମ ସରିବା ପରେ ସାଢେ ତିନିଟାରେ ସିଂହାସନ ମାଜଣା ହେବ । ପରେ ପହଣ୍ଡି ଆରମ୍ଭ ହେବ । ଆଜି ନିଳାଦ୍ରୀ ବିଜେ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର  ବ୍ୟବସ୍ଥା କରାଯାଇଛି ।