ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ

ଶାନ୍ତି ପାଇଁ ଆଲୋଚନା

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକ ଜିଲ୍ଲାରେ ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପୁଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି।

ଏକ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ଗତକାଲି ଭଦ୍ରକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ୫୦ରୁ ଅଧିକ ଲୋକ ଶୋଭାଯାତ୍ରା କରିଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶୋଭାଯାତ୍ରା ନକରିବା ପାଇଁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ ସେମାନେ ରାଜି ହୋଇନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ। ଏହାକୁ ପୁଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ବଚସା ହୋଇଥିଲା।