୭୭ ବର୍ଷରେ ପାଦ ଦେଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ। ଆଜି ତାଙ୍କୁ ୭୬ ପୂରି ୭୭ ଚାଲିଲା। ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ବର୍ଷିଆନ୍ ରାଜନେତା।ନବୀନ ପଟ୍ଟନାୟକ କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଆସନ ହାତେଇଛନ୍ତି। ୨୨ ବର୍ଷ ହେଲା ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ଲଗାତର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ ରାଜନେତା।

ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ଡିସେମ୍ବର ୨୬ରେ ଗଠନ ହୋଇଥିଲା ବିଜୁ ଜନତା ଦଳ (ବିଜେଡି)। ଏହାର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେହିଦିନଠାରୁ ସଫଳତାର ସହ ଆଗକୁ ଆଗକୁ ଚାଲିଥିଲେ ସେ। ପ୍ରଥମେ ସାଂସଦ, ପରେ କେନ୍ଦ୍ରମନ୍ତ୍ରୀ ଆଉ ତା’ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ। ତାଙ୍କ ଦଳ କେବେବି ପରାଜୟର ସାମ୍ନା କରିନି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ଅବା ଲୋକସଭା ନିର୍ବାଚନ- ସବୁଥିରେ କାମ କରୁଛି ନବୀନଙ୍କ ଯାଦୁ।