ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ

ଆଜି ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା। ତେବେ ସତକୁ ସତ ନବୀନ ଆଜି ସରକାର ଆୟୋଜନ କରିଥିବା ବିଜୁବାବୁଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇନାହାନ୍ତି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ତେବେ ନବୀନ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଛି।