ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଇତିହାସ କେବେ ଏତେ ବଡ଼ ରୂପାନ୍ତର ଦେଖି ନଥିଲା। ମଠ ମନ୍ଦିର ହେଉ, ବା ସ୍କୁଲ୍, କଲେଜ, ହସ୍ପିଟାଲ୍, ଜଳସେଚନ ସୁବିଧା ସବୁ କ୍ଷେତ୍ରରେ ଓଡ଼ିଶା ରୂପାନ୍ତରକୁ ଦେଶ ଦେଖୁଛି। ସେମାନେ ସବୁବେଳେ ମିଛ ପ୍ରଚାର କରିବେ। ସେମାନଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ।ବିଜେଡିର ମୂଳ ମନ୍ତ୍ର ହେଉଛି ସେବା। ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ। ଏଥି ପାଇଁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ ଦେଇଛନ୍ତି। ଲୋକଙ୍କ ଆଶୀର୍ବାଦ ସହ ବହୁତ ବଡ଼ ଦାୟିତ୍ବ ବି ରହିଛି। ଏହି ଦାୟିତ୍ବକୁ ଠିକ୍ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି। ଓଡ଼ିଶାବାସୀ ଆମକୁ ଏତେ ବର୍ଷ ଧରି ସେବା କରିବାର ସୁଯୋଗ ଦେଇଥିବାରୁ ସେମାନଙ୍କ ନିକଟରେ ମୁଁ ଋଣୀ। ଆମ ଦଳ ମହିଳା ସଶକ୍ତୀକରଣରେ ବିଶ୍ବାସ କରେ। ସବୁବେଳେ ଆମେ ମା’ମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛୁ। ମହିଳା, ଛାତ୍ର ଓ ଯୁବଶକ୍ତି ସମସ୍ତଙ୍କ ପସନ୍ଦ ପାଲଟିଛି ବିଜୁ ଜନତା ଦଳ।
ତୃଣମୂଳ ସ୍ତରରୁ ଏହାର ଦୃଢ଼ ମୁକାବିଲା କରିବାକୁ ସେ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହା ବି ସିଧାସଳଖ ଜଣାଇଦେଇଛନ୍ତି ଯେ ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ଅପପ୍ରଚାରକୁ ବିରୋଧ କରିବାକୁ ହେବ। ତାହା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ।