ଖୋଲିଲା ନବ ଦାସ ମର୍ଡର ଫାଇଲ

ନୂଆ ମୋଡ଼ ନେଲା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ନବ ଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରି-ଓପନ ହେଲା ମର୍ଡର ଫାଇଲ । ନୂଆ ସରକାରଙ୍କ ନୂଆ ଟିମ ନୂଆ ଅନ୍ଦାଜ ରେ ଆରମ୍ଭ କଲେ ତଦନ୍ତ । ନବ ଙ୍କ ଘରେ ପହଞ୍ଚି ଷ୍ଟେଟମେଣ୍ଟ ରେକର୍ଡ କଲା କ୍ରାଇମବ୍ରାଞ୍ଚ ଟିମ । ବୟାନ ରେକର୍ଡ ପରେ କ୍ରାଇମବ୍ରାଞ୍ଚ ଟିମ କହିଛି ତଦନ୍ତ ପରିସରକୁ ଯିଏ ଆସିବେ ସମସ୍ତଙ୍କୁ ପଚରା ଉଚରା କରାଯିବ ।ବୟାନ ଦେବା ପରେ ଦୀପାଳି କହିଛନ୍ତି ଠିକ ଭାବରେ ତଦନ୍ତ ହେବ ବୋଲି ସେ ଆଶା ରଖିଛନ୍ତି ।

ଏପଟେ ବିଧାନସଭାରେ ବି ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ନବ ଦାସ ହତ୍ୟା କାଣ୍ଡରେ ବିଜେଡି ତାଙ୍କ ପରିବାର କୁ ନ୍ୟାୟ ଦେଇ ପାରି ନଥିଲା । ତଦନ୍ତ ବାଟବଣା କରିଥିଲେ ପୂର୍ବ ସରକାର । ଯେଉଁ ଭଳି ତଦନ୍ତ ହେବା କଥା ନ୍ୟାୟ ମିଳିବା କଥା ଦେଇ ପାରିଲେନି । ଯାହାକୁ ନେଇ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଆମ ସରକାରକୁ ଲେଖିକି ଦେବା ପରେ ଆଜି ଠାରୁ ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତଦନ୍ତ ର ଅନେକ ଦିଗ ବନ୍ଦ ଥିଲା । ଯେଉଁଠି ଯେଉଁଠି ଲିଙ୍କ ଅଛି open ହବ ।