ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାରେ ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍

ଝାରସୁଗୁଡ଼ା : ଝାରସୁଗୁଡାରେ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା । ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କ୍ରାଇମବ୍ରାଞ୍ଚର କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନାରେ ସ୍ବରେଜ ଟ୍ୟାଙ୍କରେ ଚାଲିଛି ଖୋଳାଖୋଳି । ତେବେ ଅଭିଯୁକ୍ତ କଣ ସେହି ସ୍ବରେଜ ଟ୍ୟାଙ୍କରେ ପକାଇଛି ସେନେଇ ଚାଲିଛି ଛାନବିନ୍ । ସେପଟେ ନବକିଶୋର ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ । ଅଭିଯୁକ୍ତଠୁ ହତ୍ୟାର ସତ ବାହାର କରିବାକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ।
ଗତକାଲିଠୁ ୪ଦିନିଆ ରିମାଣ୍ଡରେ ନେଇ ଛାନବିନ ଆରମ୍ଭ କରିଛି ତଦନ୍ତକାରୀ ଟିମ । ହତ୍ୟା ଯୋଜନାବଦ୍ଧ ଥିଲା ନା ଅଚାନକ୍ ? କେଉଁ ରାଗ ଗୋପାଳକୁ ସଜାଇ ଦେଲା ରାକ୍ଷସ ? ସୁରକ୍ଷା ଦେଉଥିବା ବନ୍ଧୁକ ବିନା କାରଣରେ କାହିଁକି ଗର୍ଜି ଉଠିଲା ? ରିମାଣ୍ଡରେ ଏସବୁ ତଥ୍ୟ ଆଦାୟ କରୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର ମନସ୍ଥିତି ଅନୁଧ୍ୟାନ ନେଇ ପଦକ୍ଷେପ ନିଆଯାଉଛି । FARO-3D କ୍ୟାମେରା ମାଧ୍ୟମରେ କ୍ରାଇମସ୍ପଟର ନୀରିକ୍ଷଣ ଜାରି ରହିଛି ।
ସାଇଣ୍ଟିଫିକ ଅଫିସର, ବାଲିଷ୍ଟିକ ଏକ୍ସପର୍ଟ ନିରୀକ୍ଷଣ କରୁଛନ୍ତି । ଅନ୍ୟ ଏକ ଟିମ୍ ନବକିଶୋରଙ୍କ ସମର୍ଥକଙ୍କୁ ପଚାରଉଚରା କରୁଛି । ଗୋପାଳର ମାନସିକ ରୋଗ ନେଇ ଅନୁଧ୍ୟାନ କରୁଛି ଆଉ ଏକ ଟିମ୍ । ଗୋପାଳର ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଅଭିଯୁକ୍ତର କନେକ୍ସନରେ ପୁରୁଷତ୍ତୋମପୁର ବ୍ରାହ୍ମଣଶାସନର ଦୁଇ ବ୍ୟକ୍ତିଙ୍କୁ ପଚରାଉଚୁରା ପରେ ଛାଡ଼ି ଦେଇଛି ପୋଲିସ୍ ।