ମହାପ୍ରଭୁଙ୍କ ରତ୍ନ ପଲଙ୍କ ପାଇଁ ହେବ ୩୦୦ କେଜିରୁ ଅଧିକ ରୂପା ବ୍ୟବହାର
ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ଆରମ୍ଭ ହେଲା ରୂପା ଛାଉଣୀ କାର୍ଯ୍ୟ। ପ୍ରଥମେ ପତିତପାବନଙ୍କ ନିକଟ ପଥରର ମଣିବନ୍ଧକୁ ରୂପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମଟରେ ଯେଉଁଠି ଯମଶିଳା ରହିଛନ୍ତି ଠିକ୍ ତାର ଉପରି ଭାଗ ପଥର ବନ୍ଧ ଉପରେ ରୂପା ଛାଉଣୀ କରାଯାଉଛି। ସିଂହଦ୍ବାର ଗୁମୁଟ ବନ୍ଦ ଥିବା ସମୟରେ ଏହି କାର୍ଯ୍ୟ କରାଯାଇଛି। ଅନ୍ୟପଟେ ଭକ୍ତମାନଙ୍କର ଦାନ ଅର୍ଥେ ମିଳିଥିବା ପ୍ରାୟ ୩୦୦ କେଜିରୁ ଅଧିକ ରୂପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନ ପଲଙ୍କ, ପତିତପାବନ ମନ୍ଦିରକୁ ମଧ୍ୟ ଖୁବଶୀଘ୍ର ରୂପା ଛାଉଣୀ କରାଯିବ।