`ବିକଶିତ ଗାଁ ବିକଶିତ ଓଡିଶା’ର ଉଦଘାଟନ କରିବେ ମୋହନ ମାଝି

`ବିକଶିତ ଗାଁ ବିକଶିତ ଓଡିଶା’ର ଶୁଭ ଉଦଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୋର୍ଦ୍ଧା ଜଙ୍କିଆରେ ଅନୁଷ୍ଠିତ ହେବ ଉଦଘାଟନ ଉତ୍ସବ । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ଏବଂ ଅର୍ଥନୀତି ସୁଦୃଢ ହେବା ସହ ଗ୍ରାମୀଣ ଜୀବନ ସୁଗମ ହୋଇପାରିବ । ଏହି ଯୋଜନାରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ୍ଚ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡି଼ କରାଯାଇଛି । ଖୋର୍ଦ୍ଧା ବିଧାୟକ ଓ ଜିଲ୍ଲାପାଳ ଓ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ। ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ବୋଲି ଜାରି ହୋଇଛି ଗାଇଡ୍‌ଲାଇନ୍ ।

ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ । ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ । ପ୍ରତି ବ୍ଲକରେ ରିଡିଂ ରୁମ୍ ବା ପଠନ ଗୃହ ବ୍ୟବସ୍ଥା କରାଯିବ । ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଙ୍ଗି ରୁମ୍, ମର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ । ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ । ଆମ ଓଡ଼ିଶା, ନବୀନ ଓଡ଼ିଶା ଯେଜନାରେ ଆରମ୍ଭ ହୋଇ ଅଟକି ଯାଇଥିବା ପ୍ରକଳ୍ପ ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରୁ ଟଙ୍କା ଦେଇ ହେବ।