ଦିନିକିଆ ବଲାଙ୍ଗିର ଗସ୍ତରେ ମୋହନ ମାଝି
ବେଲପଡାରୁ ହେଲିକପ୍ଟରରେ ଆସି ପାଟଣାଗଡ ରମାଇ ହାଇସ୍କୁଲରେ ପହଞ୍ଚିବେ । ପାଟଣାଗଡ SDH ହସପିଟାଲକୁ ଉଦଘାଟନ କରିବେ ।ଏହାସହ ପାଟଣାଗଡ ବାଇପାସ୍ ୮ କିଲୋମିଟର ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ପାଟଣାଗଡ ରଜଖମାରରେ ମଧ୍ୟାହ୍ନ ଭୋଜନ କରିବେ ମୁଖ୍ୟମନ୍ତ୍ରୀ । ପୁଣି ହେଲିକେପ୍ଟରରେ ବଲାଙ୍ଗିର ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବେ । ସେଠାରୁ ସର୍କିଟ ହାଉସ ଯାଇ ନୂତନ ସର୍କିଟ କୋଠାକୁ ଉଦଘାଟନ କରିବେ । ପରେ ଅପରାହ୍ନ ୪ଟା୩୦ରେ ବଲାଙ୍ଗିର ଦିନ୍ ଉତ୍ସବରେ ଯୋଗ ଦେବେ । ଶେଷରେ ରେନବୋ ପ୍ୟାଲେସରେ ପ୍ରାଦେଶିକ ମାରଓ୍ବାଡି ସମାଜର ଦୀପାବଳୀ ଭେଟଘାଟ୍ କାର୍ଯ୍ୟକ୍ରମରେ ଯୋଗଦାନ କରି ସର୍କିଟ ହାଉସରେ ଳାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ।