ମୋହନ ଚରଣ ମାଝୀଙ୍କ ଜନ୍ମଦିନରେ ଓଡିଶାକୁ ମୋଦୀଙ୍କ ବଡ ଉପହାର
ରାୟଗଡ଼ା ରେଳ ଡିଭିଜନ ହେଡକ୍ୱାର୍ଟର୍ସ ପାଇଁ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୨୫ ବର୍ଷରେ ଯୋଗାଯୋଗ ଦ୍ରୁତଗତିରେ ହେବ। ବିକଶିତ ଭାରତର ସଂକଳ୍ପ ନେଇ ଆମେ କାର୍ଯ୍ୟ କରୁଛୁ। ୨୦୧୪ ରେ ଅନେକ ସ୍ବପ୍ନ ଦେଖି କାମ ଆରମ୍ଭ କରିଥିଲୁ। ତେଣୁ ଗତ ଏକ ଦଶକ ଭିତରେ ଅନେକ ପରିବର୍ତ୍ତନ ଘଟିଛି। ଏହାଦ୍ୱାରା ଦେଶର ଛବି ବଦଳିଛି। ତେବେ ଏହା ଆରମ୍ଭ ମାତ୍ର। ଦେଶ ଖୁବ୍ଶୀଘ୍ର ବୁଲେଟ୍ ଟ୍ରେନ୍ ଦେଖିବ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ମାତ୍ର ୩୫ ପ୍ରତିଶତ ରେଳ ଲାଇନ୍ ବିଦ୍ୟୁତୀକରଣ ହୋଇଥିଲା। ଆଉ ଏବେ ଶତ ପ୍ରତିଶତ ଛୁଇଁବା ପାଇଁ କାମ ଚାଲିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦକ୍ଷିଣ ଓଡ଼ିଶାର ବିକାଶ କ୍ଷେତ୍ରରେ ରାୟଗଡ଼ା ରେଳ ଡିଭିଜନ ସହାୟକ ହେବ। ଆଦିବାସୀ ଅଞ୍ଚଳର ବିକାଶ ପାଇଁ ଏହି ନୂତନ ଡିଭିଜନାଲ ହେଡକ୍ୱାର୍ଟର୍ସ ସ୍ଥାପନ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନରେ ଏହି ପ୍ରକଳ୍ପର ଶିଳାନ୍ୟାସ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।