କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ମୋଦୀ@20 : ଡ୍ରିମ୍ସ ମିଟ୍ ଡିଲିଭରୀର ଓଡ଼ିଶା ଚାପ୍ଟର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ସମାରୋହକୁ ସମ୍ବୋଧିତ କରି ଶ୍ରୀ ଶାହା କହିଥିଲେ ଯେ, ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର ୫୦ ବର୍ଷର ସାର୍ବଜନୀନ ଜୀବନକୁ ଅଳ୍ପ କିଛି ଶବ୍ଦ ଓ ମୁହୂର୍ତ୍ତରେ ସମାହିତ କରିବା ଅତ୍ୟନ୍ତ କଠିନ । ମୋଦୀ@20ର ଅର୍ଥ ହେଉଛି ତାଙ୍କର ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସମୟ । ମୋଦୀ@20 ପୁସ୍ତକରେ ଗତ ୨୦ ବର୍ଷ ଧରି ମୋଦୀ ଜୀ ଏ ଦେଶର ଗଣତନ୍ତ୍ର, ସାର୍ବଜନୀନ ଜୀବନକୁ ମଜବୁତ କରିବା ଲାଗି ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ବର୍ଣ୍ଣିତ ହୋଇଛି । ଏଥିସହିତ ପ୍ରଥମେ ଗୁଜରାଟ ଏବଂ ଏହାପରେ ଭାରତକୁ ମହାନ କରିବା, ଦେଶର ସମସ୍ୟାକୁ ଉନ୍ମୁଳନ କରିବା, ସମସ୍ୟା ସମାଧାନ କରିବା ସହିତ ସଫଳତା ପୂର୍ବକ ସାରା ବିଶ୍ୱରେ ଦେଶର ଗୌରବକୁ ପ୍ରତିଷ୍ଠିତ କରିବାର ଗାଥା ମୋଦୀ@20 ପୁସ୍ତକରେ ବର୍ଣ୍ଣିତ ହୋଇଛି । ଯଦି କେହି ମୋଦୀ@20କୁ ବୁଝିବା ଲାଗି ଚାହୁଁଛନ୍ତି ତା’ହେଲେ ଏଥିପୂର୍ବରୁ ତିରିଶ ବର୍ଷର କାର୍ଯ୍ୟକର୍ତ୍ତା, ସ୍ୱୟଂସେବକ ଏବଂ ସମାଜସେବୀ ଭାବେ ମୋଦୀ ଜୀଙ୍କ ଯାତ୍ରାକୁ ଦେଖିବା ଏବଂ ଜାଣିବା ଜରୁରି । ମୋଦୀ ଜୀ ୩୦ ବର୍ଷ ପର୍ଯ୍ୟନ୍ତ ଗୁଜରାଟ ଏବଂ ଦେଶର ପ୍ରତ୍ୟେକ ଭାଗ ଭ୍ରମଣ କରିଛନ୍ତି, ସମାଜର ସମସ୍ୟାକୁ ବୁଝିଛନ୍ତି ଏବଂ ସେସବୁର ସମାଧାନ ପାଇଁ ଚିନ୍ତା କରିଛନ୍ତି । ସେ ଲୋକମାନଙ୍କୁ ଚିହ୍ନିବା ସହିତ ବିପଦକୁ ଅବସରରେ ବଦଳାଇବାର ଗୁଣ ଏହି ୩୦ ବର୍ଷ ମଧ୍ୟରେ ଶିଖିଛନ୍ତି ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା