ବିକାଶର ଶିଖର ଛୁଇଂବ ଓଡିଶା : ମୋଦୀ

ବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ  ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ |

ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ନିଜ ଉଦ୍‌ବୋଧନରେ କହିଛନ୍ତି, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ୱିତୀୟ ଗସ୍ତ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଓଡ଼ିଶାରେ ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ରହିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନାକୁ ଉଜ୍ଜ୍ବଳ କରିଛନ୍ତି। ଏହି ସମୟ ଠିକ୍‌ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାକୁ ସମର୍ଥନ କରୁଛି ବୋଲି ମୋଦି କହିଛନ୍ତି।