୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମ୍ରିତ
ଭୂବନେଶ୍ବର: ଅପହରଣ ପରେ ପୁରି ଘରକୁ ଫେରିଛି ଅମ୍ରିତ । ୫ ଦିନ ପରେ ଗାଁ ଦାଣ୍ଡରେ ଅମ୍ରିତକୁ ଗତକାଲି ରାତିରେ ଛାଡି ଯାଇଛନ୍ତି ଅପହରଣ କରିଥିବା ଦୁବୃର୍ତ୍ତମାନେ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳରେ ଅମ୍ରିତର ଅପହରଣକୁ ନେଇ ଚର୍ଚା ଜୋର ଧରିଥିଲା । ତେବେ ଅମ୍ରିତକୁ ଗାଁର କେହି ଅପହରଣ କରି ରଖିଥିଲେ ନା ଆଉ କେହି ବାହାରକୁ ନେଇ ଗାଁ ଭିତରେ ଛାଡିଛନ୍ତି ତାହା ପୋଲିସ ସ୍ପଷ୍ଟ କରିପାରିନାହିଁ । ଅମ୍ରିତର ସ୍ବାସ୍ଥ୍ୟବସ୍ଥା ଭଲ ନଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।