ଏପ୍ରିଲ ୨୯ରୁ ମାଟ୍ରିକ୍‌ ପରୀକ୍ଷା

matric exam

ମେଟ୍ରୋ ଟିଭି ଓଡିଶା (୧୧ .୩ . ୨୦୨୨) :

ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷାକୁ ନେଇ ବଡ ଘୋଷଣା କରିଛନ୍ତି । ଆସନ୍ତା ଏପ୍ରିଲ ମାସରେ ହେବ ସମ୍ମେଟିଭ୍ ଆସେସ୍‌ମେଣ୍ଟ ପରୀକ୍ଷା-୨। ଏପ୍ରିଲ ୨୯ରୁ ମେ’ ୬ ଯାଏଁ ଏହି ପରୀକ୍ଷା ଚାଲିବ। ଏହି ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ।

ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ ଶିକ୍ଷକ ନିଯୁକ୍ତ ହେବେ। କରୋନା ମହାମାରୀ କମିଥିବା ବେଳେ ଯଥାସମ୍ଭବ ଅଫ୍‌ଲାଇନ୍‌ରେ ପରୀକ୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।