ବେଧଡ଼କ ମାଙ୍କଡା ପଥର ମୋରମ ଲୁଟ ପ୍ରତିବାଦରେ ରାସ୍ତା ଉପରେ ଆନ୍ଦୋଳନ
ଖୋର୍ଦ୍ଧା ଜିଲ୍ଲାର ଟାଗିଂ ତହସିଲ ଜଂକିଆ ଥାନା ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ମୈ।ଜାରେ ଥିବା ଗୋଚର ଜମି ଓ ସଂରକ୍ଷିତ ଜଂଗଲ ଜମି ଓ କାଜୁ କର୍ପୋରେସନ ଜମିରୂ ହେଉଛି ମାଙ୍କଡା ପଥର ଓ ମୋରମ ଲୁଟ।ଟାଗିଂ ତହସିଲ ଜଂକିଆ ଥାନା ଅଧିନସ୍ଥ ଓଳସିଂହ ଗ୍ରାମପଞ୍ଚାୟତ ଓଳସିଂହ ଓ ଅରାଗଂ ମୈ।ଜାର ଜଙ୍ଗଲ ଓ ଲଘୁଖଣିଜ ସମ୍ପଦରେ ଭରପୁର ଥିବା ବେଳେ ସେଥିରୁକେତେକ ଜମି ଖଣି କରିବା ପାଇଁ ନିଲାମ ଦେଇଛନ୍ତି ସରକାର।ହେଲେ ନିଲାମ ଦିଆ ଯାଇନଥିବା ଜମିକୁ ଖୋଳି ମାଙ୍କଡା ପଥର ଓ ମୋରମ ଲୁଟି ନେଉଛନ୍ତି ମାଫିଆ। ଦିନରାତି ବେଧଡକ ଭାବରେ ଲଘୁଖଣିଜ ପଦାର୍ଥ ହେଉଛି ଲୁଟ।ସ୍ଥାନୀୟ ଲୋକେ ଅଭିଯୋଗ କଲେ ହେଉନି କାର୍ଯ୍ୟାନୁଷ୍ଠାନ।।ଜଂକିଆ ଥାନାର କେତେକ ଦୁର୍ନୀତିଖୋର ପିସି ଖିଆ ପୋଲିସ କର୍ମଚାରୀ,ଖୋର୍ଦ୍ଧା ଖଣିବିଭାଗ ଅଧିକାରୀ, ରାଜସ୍ୱ ବିଭାଗ ଅଧିକାରୀ ଓ ବନବିଭାଗ କର୍ମଚାରୀ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ଖଣି ଲୁଟ।ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ଓ ମୋରମ।ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ୱ।ମାଫିଆଙ୍କ କବଜାରେ ମାଙ୍କଡା ପଥର ଓ ମୋରମ ଖଣି।ଦିନରାତି ଖୋଲମଖୋଲା ଭାବରେ ଲୁଟ୍ ହେଉଛି ମାଙ୍କଡା ପଥର ଓ ମୋରମ।ଲଘୁଖଣିଜ ପଦାର୍ଥ ଲୁଟ୍ ପଛରେ ପ୍ରଶାସନିକ ଅଧିକାରୀଙ୍କ ସଂପୁକ୍ତ ଥିବା ହେଉଛି ଅଭିଯୋଗ।ମାଫିଆ ଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ପୋଲିସ ?କାହା ଛତ୍ରଛାୟାରେ ବେଧଡକ ଚାଲିଛି ରାଜସ୍ବ ଲୁଟ୍?ମାଙ୍କଡା ପଥର ଓ ମୋରମ ଖଣିରୁ ଦୈନିକ ଶହଶହ ଟ୍ରକ,ହାଇଓ୍ବ।,ଟ୍ରାକ୍ଟରେ ରାତିଅଧରେ ଚୋରା ଚାଲାଣ ଚାଲିଛି।ମାଙ୍କଡା ପଥର ଓ ମୋରମ ଗାଡି ଗୁଡିକ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ,ବ୍ରହ୍ମଗିରି,୧୬ନମ୍ବର ଜାତୀୟ ରାଜପଥରେ ବାଲୁଗାଁ ଆଦି ଅଂଚଳକୁ ହେଉଛି ଚୋରା ଚାଲାଣ। ମାଫିଆ ଙ୍କ ଟାର୍ଗେଟରେ ସରକାରୀ ଜମି।ମାଫିଆ ମାନେ ହେକ୍ଟର ହେକ୍ଟର ଜଙ୍ଗଲକୁ ଝୁଣି ଖାଇସାରିଲେଣୀ । ଦିନ ରାତି ଅହରହ ଜଙ୍ଗଲରୁ ଜେସିବି,ପ୍ରୋକଲିନ, ଟ୍ରକ୍ ଓ ଟାକ୍ଟର ଲଗାଇ ମାଫିଆ ମାନେ ବୋହିନେଉଛନ୍ତି ମାଙ୍କଡା ପଥର ଓ ମୋରମ। ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଟାଗିଂ ତହସିଲର ଓଳସିଂହ ଓ ଅରାଗଂ ମୈ।ଜା। ସମତଳ ଜମି ଏବେ ପୋଖରୀ ପାଲଟି ଗଲାଣି।ମାଫିଆମାନେ ସ୍ଥାନୀୟ ଅଞ୍ଚଳରେ ଡରାଇ ଧମକାଇ ମାଙ୍କଡା ପଥର ଓ ମୋରମ ଖୋଳି ଚାଲିଛନ୍ତି।ମାଫିଆ ଙ୍କ ଦୈରାତ୍ମ ପାଇଁ ବିପଦରେ ଟାଗିଂ ତହସିଲ ଅଂଚଳରେ ଥିବା ରାଜସ୍ୱ ଜଗଂଲ ଜମି ଓ ଜଂଗଲ ଜମି ଓ କାଜୁ କର୍ପୋରେସନ ଜମି।ଓଳସିଂହ ଅଂଚଳରେ ମାଫିଆ ମାନେ ସକ୍ରିୟ ହୋଇ ଖୋଲମଖୋଲା ବେପାର କରୁଛନ୍ତି।ପ୍ରଶାସନିକ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନିକ ଅଧିକାରୀ ମାନେ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି।ମାଫିଆ ମାନଙ୍କ ସହିତ ପ୍ରଶାସନିକ ସରକାରୀ ବାବୁମାନେ ଚଳାଇଛନ୍ତି ଭିତିରି ବୁଝାମଣା। ରାଧେ ରାଧେ ତମର ଅଧେକୁ ଆମର ଅଧେ ନ୍ୟାୟରେ ଦାୟିତ୍ଵ ରେ ଥିବା ପ୍ରଶାସନିକ ଅଧିକାରୀ ମାନେ ମାଫିଆ ଙ୍କ ହାତକୁ ଟେକି ଦେଇଛନ୍ତି ସରକାରୀ ଜଙ୍ଗଲ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜମି।ଆଉ ମାଫିଆ ଟଙ୍କା ରେ ପୋଶା ହୋଇଛନ୍ତି ସରକାରଙ୍କ ବଡବଡ ବାବୁ।ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ କୁ ରୋକିବା ଓଳସିଂହ ଗ୍ରାମର ଜଣେ ସଚେତନ ଯୁବକ ଗାଁର କେତେକ ବ୍ୟକ୍ତିଙ୍କ ସମର୍ଥନ ପାଇ ରାସ୍ତା ଉପରେ ବସି ରହି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।ଫଳରେ ଖଣିକୁ ପଥର ଓ ମୋରମ ଆଣିବାକୁ ଯାଉଥିବା ଗାଡିଗୁଡିକ ଦିର୍ଘ ସମୟ ଅଟକି ରହି ଫେରି ଯାଇଛନ୍ତି।ବେଆଇନ ଖଣିରୁ ଲଘୁଖଣିଜ ପଦାର୍ଥ ଚୋରାଲାଣ ରୋକିବା ପାଇଁ ଖଣି ବିଭାଗୀୟ ଅଧିକାରୀ ଓ ଜଂକିଆ ପୋଲିସ ଯେତିକି ତତ୍ପର ହେବା କଥା ସେମାନଙ୍କ ଦେଖା ମିଳୁନାହିଁ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।