ମହୁଆ ମୋଇତ୍ର ଓ ପିନାକୀଙ୍କ ମଧ୍ୟରେ ସମ୍ପର୍କ କୁ ନେଇ ଚର୍ଚା
ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପାଇଁ ନୂଆ ବିବାଦ । ତାଙ୍କ ସହ ମହୁଆ ଲିଙ୍କ୍ ଥିବା ନେଇ ରାଜ୍ୟ ବିଜେପି ଅଭିଯୋଗ କରିଛି । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ବା କ୍ୟାଶ୍ ଫର୍ କ୍ବେରି ମାମଲାରେ ଛନ୍ଦି ହୋଇଛନ୍ତି ଟିଏମ୍ସି ସାଂସଦ ମହୁଆ ମୈତ୍ର । ତେବେ ତାଙ୍କ ସହ ପିନାକୀଙ୍କ ଫଟୋକୁ ଦେଖାଇ, ତାଙ୍କୁ କଳାପାହାଡ଼ ବୋଲି କହି ନିଶାନା ସାଧିଛି ବିଜେପି । ମହୁଆଙ୍କ ସହ ପିନାକୀ ମିଶ୍ରଙ୍କ କଣ ସଂପର୍କ ରହିଛି ବୋଲି ପଚାରିବା ସହିତ, ତାଙ୍କ ବହିଷ୍କାର ଦାବି କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର । ପୁରୀ ସାଂସଦ ପିନାକୀ ମିଶ୍ର ବିଜେଡି ସଂସଦୀୟ ଦଳ ନେତା। ତେବେ ପିନାକୀଙ୍କ କାର୍ଯ୍ୟ ଜନବିରୋଧୀ କି ନୁହେଁ, ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ। ଯଦି ସେ ଜନବିରୋଧୀ, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ବହିଷ୍କାର କରନ୍ତୁ ଏବଂ ଇଓଡବ୍ଲୁକୁ ତଦନ୍ତ ଭାର ଦିଅନ୍ତ । ମହୁଆଙ୍କ ବିରୋଧରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ସିବିଆଇ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ପିନାକୀ ମିଶ୍ରଙ୍କ ନାଁ ଥିବା ସୂଚନା ମିଳିଛି ।