ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ପକ୍ଷରୁ ପ୍ରକାଶ ପାଇଛି ‘ଆକ୍ଟର ବ୍ରାଞ୍ଚ୍’ର ଏକ ନୂଆ ତାଲିକା , ଯେଉଁଥିରେ ରହିଛି ଭାରତର ତେଲୁଗୁ ଅଭିନେତା ଜୁନିୟର ଏନ୍ଟିଆରଙ୍କ ନାମ। ଓସ୍କାରରେ ଫିଲ୍ମ ଆରଆରଆରର ସଫଳତା ପରେ ଅନ୍ତର୍ଜାତୀୟ ମଞ୍ଚରେ ଜୁନିୟର ଏନଟିଆରଙ୍କ ଏହା ଦ୍ୱିତୀୟ ବଡ଼ ସଫଳତା। ଓସ୍କାର,ର ଅଫିସିଆଲ୍ ପେଜ୍ ଅନୁଯାୟୀ ବୋର୍ଡ ଅଫ୍ ଗଭର୍ଣ୍ଣର୍ସଙ୍କ ନିମନ୍ତ୍ରଣକ୍ରମେ ‘ଆକ୍ଟର୍ସ ବ୍ରାଞ୍ଚ୍’ର ସଦସ୍ୟମାନେ ନିର୍ବାଚିତ ହୁଅନ୍ତି।
ଏକାଡେମୀ ଗୁରୁବାର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂଆ ସଦସ୍ୟଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ଜୁନିୟର ଏନଟିଆରଙ୍କ ସହ ଓସ୍କାର ବିଜେତା କେ ହୁଏ କ୍ୱାନ୍, ମାର୍ଶା ଷ୍ଟେଫନି ବ୍ଲେକ୍, କେରି କଣ୍ଡନ ଏବଂ ରୋଜା ସାଲାଜର ରହିଛନ୍ତି। ‘ଆକ୍ଟରସ୍ ବ୍ରାଞ୍ଚ’ର ସଦସ୍ୟ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ବିଷୟରେ କହିବାକୁ ଗଲେ ଏହାର ସଦସ୍ୟମାନେ ମୋସନ୍ ପିକ୍ଚର କଳା ଓ ବିଜ୍ଞାନରେ ବିଶେଷ ଅବଦାନ ଦେବା କିମ୍ବା ଏଥିରେ ବିଶେଷ ପାରଦର୍ଶିତା ରଖିବା ଜରୁରୀ।ଏହାକୁ ନେଇ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ଜୁନିୟର ଏନଟିଆରଙ୍କ ପ୍ରଶଂସକମାନେ ଲେଖିଛନ୍ତି- ‘ଆପଣ ଜୁନିୟର ଏନଟିଆରଙ୍କୁ ଏହି ତାଲିକାରେ ସାମିଲ କରିଥିବାରୁ ଖୁସି । ୯୫ତମ ଓସ୍କାର ସମାରୋହରେ ପ୍ରଥମ ଥର ପାଇଁ ଭାରତକୁ ଦୁଇଟି ପୁରସ୍କାର ମିଳିଥିଲା, ପ୍ରଥମ ପୁରସ୍କାର ଥିଲା ଫିଲ୍ମ ଆରଆରଆରର ଗୀତ ‘ନାଟୁ-ନାଟୁ’ ପାଇଁ ଶ୍ରେଷ୍ଠ ମୌଳିକ ଗୀତ ପାଇଁ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post