ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ
ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମାହାଙ୍ଗା ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଆଜି ତାଙ୍କର ବାହାଘର ହେବ। ଏହାକୁ ନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଛି। ବିଧାୟକ ସାରଦା ପ୍ରସାଦ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିବେ । ସିପ୍ରା ବର୍ତ୍ତମାନ ପ୍ରଶାସନିକ ଅଧୀକାରୀଣି ଭାବେ ତାଲିମ ନେଉଛନ୍ତି। ।
ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଳକରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ବିବାହ ଉତ୍ସବ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜଣାପଡିଛି । ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ 50 ଜଣ ଉଦୟପୁରରେ ପହଞ୍ଚିସାରିଛନ୍ତି। ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବିବାହ ପାଇଁ ବନ୍ଧୁଙ୍କୁ ସାଙ୍ଗରେ ନେଇ ସେ ରାଜସ୍ଥାନ ଯାଇଛନ୍ତି । ବିବାହ ଉତ୍ସବ ଆଜି ରାଜସ୍ଥାନର ଜୟପୁର ଏକ ତାରକା ହୋଟେଲ ହେବ। ସପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ହେବ ବାହାଘର।