ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦକୁ ନେଇ ଆଜି ପୁଣି ଟ୍ରିବ୍ୟୁନାଲରେ ଶୁଣାଣି କରାଯିବାର ତାରିଖ ରହିଛି । କରୋନା ପରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ହେବ ପ୍ରତ୍ୟକ୍ଷ ଶୁଣାଣି । ଓଡିଶା ପକ୍ଷରୁ ମାମଲାର ଚତୁର୍ଥ ସାକ୍ଷୀ ଭାବେ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ‘ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କ ଦ୍ୱାରା ୫୧୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି । ମହାନଦୀ ଉପରେ ଓଡ଼ିଶାବାସୀ ନିର୍ଭରଶୀଳ ହୋଇଥିବାରୁ ଏହାର ଜଳକୁ ଏକପାଖିଆ ଛତିଶଗଡ଼ ବ୍ୟବହାର କରିପାରିବ ନାହିଁ ବୋଲି ଓଡ଼ିଶା ପକ୍ଷ ରଖିଛି ।

ମହାନଦୀ ଅବବାହିକାର ଓଡ଼ିଶା ପାଶ୍ୱର୍ରେ ସାମାଜିକ ଓ ଆର୍ଥିକ ବିକାଶକୁ ନେଇ ଏଥିରେ ବିସ୍ତୃତ ତଥ୍ୟ ଦିଆଯାଇଛି । ସତ୍ୟପାଠରେ କୁହାଯାଇଛି ମହାନଦୀ ଓଡ଼ିଶାର ଜୀବନ ରେଖା । ୧୯୫୦ରେ ନିର୍ମାଣ ହୋଇଥିବା ହିରାକୁଦ ନଦୀବନ୍ଧ ଓଡ଼ିଶାର ଅର୍ଥନୈତିକ ବିକାଶ ପାଇଁ କରାଯାଇଥିଲା । ଓଡ଼ିଶାର କୃଷି ଓ ଶିଳ୍ପର ବିକାଶ ସମ୍ପୂର୍ଣ୍ଣ ଭାବେ ମହାନଦୀ ଜଳ ସହିତ ଜଡିତ । ଯଦି ଛତିଶଗଡ଼ ତଥା ଉପର ମୁଣ୍ଡରୁ ହୀରାକୁଦ ଡ୍ୟାମକୁ ମହନଦୀର ଜଳ ପ୍ରବାହ ହ୍ରାସ ପାଇବ ଏହା ରାଜ୍ୟ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ସହ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ ।