ବଢ଼ିଲା ନୁଡଲ୍‌ସ-କ୍ଷୀର ଦାମ

maggi-nescafe-bru-taj-mahal-brooke-bond-prices-hiked-by-nestle-hul-new-rates

ମେଟ୍ରୋ ଟିଭି ଓଡିଶା (୧୫ .୩ . ୨୦୨୨) :

ମ୍ୟାଗି ନୁଡଲ୍‌ସ, ଚା, କଫି ଓ କ୍ଷୀର ଆଦିର ଦର ବୃଦ୍ଧି ପାଇଛି। ନେଷ୍ଟ୍‌ଲେ ଇଣ୍ଡିଆ ଓ ହଲ୍‌ ସେମାନଙ୍କର ଏହି ସବୁ ସାମଗ୍ରୀ ଉପରେ ଦର ବୃଦ୍ଧି କରିଛନ୍ତି| ଏନେଇ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି। ମ୍ୟାଗି ନୁଡୁଲ୍ସର ଦର ୯ରୁ ୧୬ ପ୍ରତିଶତ ବୃଦ୍ଧି ପାଇ ୧୨ ଟଙ୍କିଆ ପ୍ୟାକେଟ୍‌ର ଦର ୧୪ ଟଙ୍କା ହୋଇଛି। ୫୫୦ ଗ୍ରାମର ମ୍ୟାଗି ପ୍ୟାକେଟ୍‌ ଏବେ ୧୦୫ ଟଙ୍କାରେ ପହଞ୍ଚିଛି, ଯାହାର ଦର ପୂର୍ବରୁ ୯୬ ଟଙ୍କା ଥିଲା। ସେହିପରି ଏ+ କ୍ଷୀରର ଦର ବଢ଼ାଇଛି ‌ନେଷ୍ଟ୍‌ଲେ। ପୂର୍ବରୁ ୧ ଲିଟରକୁ ୭୫ ଟଙ୍କା ଥିବା ବେଳେ ଏବେ ତାହା ୭୮ ଟଙ୍କା ହୋଇଛି। ସେହିପରି ନେସ୍‌କେଫେ କ୍ଲାସିକ (୨୫ଗ୍ରାମ୍‌)ର ଦର ପୂର୍ବରୁ ୭୮ ଟଙ୍କା ଥିବା ବେଳେ ଏବେ ୮୦ ଟଙ୍କା ହୋଇଛି।

ସେହିପରି ୫୦ ଗ୍ରାମର ଦର ପୂର୍ବରୁ ୧୪୫ ଟଙ୍କା ଥିିବା ବେଳେ ଏବେ ୧୫୦ ଟଙ୍କା ହୋଇଛି। ସେହିପରି ହଲ୍‌ ମଧ୍ୟ ତା’ର କଫି ବ୍ରାଣ୍ଡ୍‌ ବ୍ରୁର ଦର ବୃଦ୍ଧି ଘଟାଇଛି। ଆପଣଙ୍କୁ ବ୍ରୁ କଫି ଉପରେ ୩ରୁ ୭ ପ୍ରତିଶତ ଅଧିକ ଦର ଦେବାକୁ ପଡ଼ିବ। ବ୍ରୁ ଗୋଲ୍‌ଡ କଫି ଉପରେ ୩ରୁ ୪ ପ୍ରତିଶତ ଅଧିକ ଦର ବୃଦ୍ଧି ହୋଇଥିବା ବେଳେ ବ୍ରୁ ଇନ୍‌ଷ୍ଟାଣ୍ଟ୍‌ କଫି ଉପରେ ୬.୬ ପ୍ରତିଶତ ଦର ବୃଦ୍ଧି ହୋଇଛି। ତାଜ୍‌ମହଲ ଚା’ ଉପରେ ୩.୭ ପ୍ରତିଶତରୁ ୫.୮ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇଛି। ସେହିପରି ବ୍ରୋକ୍‌ ବଣ୍ଡ୍‌ ସାମଗ୍ରୀ ଉପରେ ୧.୫ ପ୍ରତିଶତରୁ ୧୪ ପ୍ରତିଶତ ବୃଦ୍ଧି ପାଇଛି।