ଭୁବନେଶ୍ବରରେ ସାମ୍ନାକୁ ଆସିଲା ଲଭଜିହାଦ!

ସୋସିଆଲ ମିଡିଆରେ ନାମ ବଦଳାଇ ଯୁବତୀଙ୍କ ସହ ବନ୍ଧୁତା କଲେ ମନସୁର । ପରେ ଯୁବତୀଙ୍କ ସହ ସଂପର୍କ ବଢ଼ାଇ ଫଟୋ ନେଲେ । ତାପରେ ବିବାହ କରିବାକୁ କହି ବ୍ଲାକ୍ ମେଲ କଲେ । ଧର୍ମ ବଦଳାଇବାକୁ କହିଲେ । ଏହା ପରେ ଟଙ୍କା ମାଗି ବ୍ଲାକ୍ ମେଲ୍ କରୁଥିଲେ ମନସୁର ।  ଏପରି ଘଟଣା ଘଟିଛି ଭୁବନେଶ୍ବରରେ । ଅଭିଯୋଗ ପରେ ଯୁବକକୁ ଅଟକ ରଖିଛି ପୋଲିସ ।

ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ କରିବା ଅଭିଯୋଗ ପରେ ପୋଲିସ ମାମଲା ଦାଖଲ କରିଛି । ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିବା ମନସୁରକୁ ଅଟକ ରଖିଛି ପୋଲିସ । ବିହାରରୁ ଓଡିଶା ଆସି ଯୁବତୀଙ୍କୁ ପୁରୀ ନେଇଥିଲା ଅଭିଯୁକ୍ତ। ସେଠାରେ ଏକ ହୋଟେଲକୁ ନେଇଥିଲା । ସେଠାରେ ବିବାହ କରିବାକୁ କହି କିଛି ଆପତ୍ତିଜନକ ଫଟୋ ଉଠାଇଥିଲା । ପରେ କାଶ୍ମୀର ନେବାକୁ କହି ଆସିବା ବେଳେ ଧରାପଡ଼ିଛି ମନସୁର ।  କଟକରୁ ଗିରଫ ହେଲା ସମୀର ମନସୁର। ଅଭିଯୁକ୍ତ ସୋସିଆଲ ମିଡ଼ିଆରରେ ବନ୍ଧୁତା ସୃଷ୍ଟି କରିଥିଲା ।ସୋସିଆଲ ମିଡ଼ିଆରେ ଫଟୋକୁ ଅଶ୍ଳୀଳ କରି ପୋଷ୍ଟ କରି ମାଗୁଥିଲା ଟଙ୍କା । ଯୁବତୀ ମହିଳା ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ।