ବାରବାଟୀ ଷ୍ଟାଡିଅମ ପାଖରେ ଟିକେଟ ପାଇଁ ଲମ୍ବାଲାଇନ
ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଆଉ ମାତ୍ର ୪ଦିନ ପରେ। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚତ୍ଲାଣି। ଅନଲାଇନ୍ରେ ଟିକଟ ବୁକିଂରୁ ନିରାଶ କ୍ରିକେଟପ୍ରେମୀ କାଉଣ୍ଟରରେ ଟିକେଟ କରିବାକୁ ଷ୍ଟାଡିୟମ ପାଖରେ ଏବେଠୁ ଭିଡ଼ ଜମାଇଲେଣି। ବୁଧବାର ଅଫ୍ଲାଇନ ଟିକଟ ବିକ୍ରି ଆରମ୍ଭ ହେବ। ଆଗ ଟିକେଟ କିଣିବା ପାଇଁ ନାହିଁ ନ ଥିବା ଉତ୍ସାହ। ଷ୍ଟାଡିୟମ ନିକଟ ରାସ୍ତାକୁ ଲାଗି ୪ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା ହୋଇଛି। ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ଉପୁଜେ ସେଥିପାଇଁ ବ୍ୟାରିକେଡ୍ ବନ୍ଧା ଯାଇଛି। ସକାଳ ୯ଟାରେ କାଉଣ୍ଟର ଖୋଲିବ। ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ ସମେତ ଅନ୍ୟାନ୍ୟ ପ୍ରାୟ ୧୨,୦୦୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି ଜଣାଯାଇଛି।