ନିଲମ୍ବନ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ଶନିବାର ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ । ନିଜେ ନବୀନ ବାବୁ ମିଛ କହୁଛନ୍ତି । ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ମତ ରଖିଛନ୍ତି ତାଙ୍କୁ ଆଉ ଭେଟିବାର ଆବଶ୍ୟକତା ନାହିଁ । ଦଳ ମୋତେ ନିଲମ୍ବନ କରିବାର ନିଷ୍ପତ୍ତି ମୁର୍ଖାମୀର ପରିଚୟ । ଏକାଠି ରହିବା ସମୟରେ ଦଳ ଅଲଗା କରୁଛି । ଏହା ଉଚିତ ନୁହଁ । ତେବେ ଆଗାମୀ ନିଷ୍ପତ୍ତି କ’ଣ ହେବ ତାହା ସମୟ ଆସିଲେ ନେବି ବୋଲି ସେ କହିଛନ୍ତି ।
ତେବେ ଶନିବାର ପୁନର୍ବାର ଅରବିନ୍ଦ ମହାପାତ୍ର ପାଟକୁରାରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏକ ଶୋଭାଯାତ୍ରାରେ ବାହାରି କାର୍ଯ୍ୟକ୍ରମ ସ୍ଥଳରେ ସେ ପହଞ୍ଚଥିଲେ । ତାଙ୍କର ସମର୍ଥକ ମାନେ ବିଶାଳ ଶୋଭାଯାତ୍ରାରେ ଅରବିନ୍ଦଙ୍କୁ ପାଛୋଟି ନେଇଥିଲେ