ବାରବାଟୀ ଷ୍ଟାଡିୟମ୍ରେ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍
ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ପାଇଁ ଶୁକ୍ରବାର ଠାରୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଷ୍ଟାଡିୟମ୍ ସମ୍ମୁଖ ୩ଟି କାଉଣ୍ଟରରେ ଟିକେଟ୍ ମିଳିବ । ପ୍ରଥମ ଦିନରେ ମୋଟ୍ ୮ହଜାର ୪୨୧ ଟି ଟିକେଟ୍ ବିକ୍ରି ହେବାକୁ ଯୋଜନା ରହିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ସୂଚନା ଦିଆଯାଇଛି ।୨ ନମ୍ବର ଗ୍ୟାଲେରୀର ୩ ହଜାର ୭୭୯ଟି, ୪ ନମ୍ବର ଗ୍ୟାଲେରୀର ୩୫୦ଟି, କ୍ଲବ୍ ହାଉସ୍(ପ୍ରଥମ ମହଲା)ର ୧୨୦୦ ଓ କର୍ପୋରେଟ୍ ବକ୍ସର ୬୦ଟି ଟିକେଟ୍ କାଉଣ୍ଟରରେ ମିଳିବ । ଗ୍ୟାଲେରୀ ଟିକେଟ୍ ମୂଲ୍ୟ ୩୫୦ ଟଙ୍କା ରହିଥିବା ବେଳେ କ୍ଲବ୍ ହାଉସର ୧୨ଶହ ଟଙ୍କା ଓ କର୍ପୋରେଟ ବକ୍ସର ୪ହଜାର ୮୦୦ ଟଙ୍କା ରହିଥିବା ସୂଚନା ରହିଛି । ସକାଳ ୧୦ଟାରୁ କାଉଣ୍ଟର ଖୋଲିବ । ଅପରାହ୍ଣ ୫ଟା ପର୍ଯ୍ୟନ୍ତ କ୍ରିକେଟପ୍ରେମୀ ଟିକେଟ୍ କିଣିବାକୁ ସୁଯୋଗ ପାଇବେ । କାଉଣ୍ଟର ଟିକେଟ୍ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ପୁଲିସ୍ ଫୋର୍ସ ମୁତୟନ କରାଯିବ ।