ପୁୁଣି ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ବାବୁ ଓ ନେତା

ପୁୁଣି ବଲାଙ୍ଗୀରରେ ମୁହାଁମୁହିଁ ହୋଇଛନ୍ତି ବାବୁ ଓ ନେତା । ବଲାଙ୍ଗୀର ଏସପିଙ୍କୁ ପାଖରେ ବସାଇ ଆଇନଶୃଙ୍ଖଳାର ପାଠ ପଢାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ । ପାଟଣାଗଡରେ କେଭି ସିଂହଦେଓ ଓ ଏସପି ନୀତିନ କୁଶଲକରଙ୍କ ବାର୍ତ୍ତାଳାପର ଭିଡିଓ ଏବେ ସାମ୍ନାକୁ ଆସିଛି । ଏସପି-ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଆଇନ ଶୃଙ୍ଖଳାକୁ ନେଇ କଥା କଟାକଟି ହୋଇଛି । ଆଉ ଏସପିଙ୍କୁ ଆଇନର ପାଠ ପଢାଇଛନ୍ତି କେଭି । ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଚାଲିଛନ୍ତି । ବିଭିନ୍ନ ମାମଲାରେ ଏସପିଙ୍କ ସେହି ସମାନ ଉତ୍ତର ଥିଲା ଘଟଣାର ତଦନ୍ତ ଚାଲିଛି । ଯାହାକୁ ନେଇ କେଭି ଏସପିଙ୍କୁ ପାଲଟା ପ୍ରଶ୍ନ କରିଥିଲେ । ହତ୍ୟା ମାମଲା ଚପାଇ ଦେବାକୁ ମାମଲାକୁ ଅନ୍ୟରୂପ ଦିଆଯାଉଥିବା ଅଭିଯୋଗ କରିଛନ୍ତି କେଭି । ଏହାପରେ କେଭିଙ୍କ ଉତର ରଖିଛନ୍ତି ଏସପି ।ପ୍ରକୃତରେ ପାଟଣାଗଡର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଦୁଇଦିନ ତଳେ ବିଜେପି କର୍ମୀମାନେ ସ୍ଥାନୀୟ ଥାନା ଆଗରେ ଧାରଣା ଦେଇଥିଲେ । ଏଥିରେ ସାମିଲ ହୋଇଥିଲେ କେ.ଭି ସିଂହଦେଓ । ଆନ୍ଦୋଳନକାରୀ ଏସପି ଆସିଲେ ଧାରଣାରୁ ଉଠିବେ ବୋଲି ଜିଦ୍ ଧରିଥିଲେ । ଶେଷରେ ଘଟଣାସ୍ଥଳକୁ ଏସପି ଆସିଥିଲେ । ଏହି ସମୟରେ ଏସପି ଓ ପୂର୍ବତନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥଲେ ବି ଦାବି ପୂରଣ ପାଇଁ ୭ ଦିନର ମହଲତ ଦେଇଛନ୍ତି ବିଜେପି କର୍ମୀ ।