ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) : ଦିନ ଥିଲା କୋରାପୁଟ ଜିଲା ନାରାୟଣପାଟଣା ବ୍ଲକକୁ କୁହାଯାଉଥିଲା ଲାଲଗଡ଼। ଏଠାରେ ଲାଗି ରହିଥିଲା ମାଓ ବାଦୀଙ୍କ ପାଦୃଭାବ ଓ ସେମାନଙ୍କ ଶାସନ କହିଲେ ଅତ୍ୟୁକ୍ତି ହେବନାହିଁ। ସେହିପରି ଜଙ୍ଗଲ, ଜମି, ଜଳ ପାଇଁ ଆଦିବାସୀ ମାନେ ଲଢେଇ କରୁଥିଲେ। ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗାଙ୍କ ନେତୃତ୍ୱରେ ଏହା ଜାରି ରହିଥିଲା। ହଜାର ହଜାର ଆଦିବାସୀ ମହିଳା ପୁରୁଷ ହାତରେ ଲାଲ ଝଣ୍ଡା, ଟାଙ୍ଗିଆ ଓ ଧନୁତୀର ଧରି ରାସ୍ତାରେ ପଦର୍ଶନ । ଯେଉଁଥିପାଇଁ ବ୍ଲକର ଅନେକ ସ୍ଥାନରେ ବିଏସଏଫ କ୍ୟାମ୍ପ ବସାଯାଇଥିଲା। ଏପରିକି ନାଚିକା ଲିଙ୍ଗାଙ୍କ ନାମରେ ପ୍ରାୟ ୪୦ ମାମଲା ରୁଜୁ ହୋଇଥିଲା । ତେବେ ବର୍ତ୍ତମାନ ସମୟ ବଦଳି ଯାଇଛି। ଲିଙ୍ଗା ସମସ୍ତ ମାମଲାରୁ ଦୋଷମୁକ୍ତ ହୋଇ ହୋଇ ବର୍ତ୍ତମାନ ସ୍ଵାଧୀନ ଭାବେ ଜିଲା ପରିଷଦ ପ୍ରାର୍ଥୀ ରୂପେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।

ତେବେ ବର୍ତ୍ତମାନ ସମୟ ବଦଳି ଯାଇଛି। ବର୍ତ୍ତମାନ ମାଓବାଦୀଙ୍କ ଦବଦବା ନାହିଁ କି ଚାଷୀ ମୂଲିଆ ଆଦିବାସୀ ସଂଘର ହଜାର ହଜାର ଆଦିବାସୀ ରାସ୍ତାରେ ନାଲି ପତାକା ଧରି ପଦର୍ଶନ କରୁ ନାହାଁନ୍ତି। ଯେଉଁ ନାଚିକା ହଜାର ହଜାର ସମର୍ଥକ ମାନଙ୍କୁ ନେଇ ଆଦିବାସୀ ମାନଙ୍କ ଅଧିକାର ପାଇଁ ଲଢେଇ କରୁଥିଲେ ସେ ବର୍ତ୍ତମାନ ଗଣତାନ୍ତ୍ରିକ ଉପାୟରେ ଆଦିବାସୀ ମାନଙ୍କ ପାଇଁ କାମ କରିବା ନିମନ୍ତେ ନିର୍ବାଚନ ମଇଦାନରେ ଉଭା ହୋଇଛନ୍ତି। ଏହି ବ୍ଲକରେ ୯ ପଞ୍ଚାୟତ ଥିବାବେଳେ ଗୋଟିଏ ଜିଲ୍ଲା ପରିଷଦ ଜୋନ ରହିଛି। ଏଠାରୁ କଂଗ୍ରେସର, ବିଜେଡି, ବିଜେପି ସେମାନଙ୍କ ପ୍ରାର୍ଥୀ ଦେଇଥିବାବେଳେ ନାଚିକା ଲିଙ୍ଗା ସ୍ଵାଧୀନ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ଏଠାରେ ୩୦, ୩୦୬ ଭୋଟର ଅଛନ୍ତି। ଶାନ୍ତି ଶୃଙ୍ଖଳାର ସହିତ ଚାଲିଚି ମତାମତ। ତେବେ ନାଚିକା ଲିଙ୍ଗାଙ୍କ କହିବା ମୁଁ ଆଦିବାସୀ ମାନଙ୍କ ଅଧିକାର ପାଇଁ କରୁଥିଲି, ଜିତିଲେ ଲୋକଙ୍କ ପାଇଁ କାମ କରିବି ହାରିଲେ ବି ସେମାନଙ୍କ ପାଇଁ କାମକରିବି। ବୁଥ୍ ସଂଖ୍ୟା ୧୦୫।