`ମୋ ଘର’ ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ  କ୍ୟାବିନେଟରେ ୧୮ ଟି ପ୍ରସ୍ତାବରେ ମୋହର ବାଜିଛି । ‘ମୋ ଘର’ ଯୋଜନାରେ ବାଜିଛି କ୍ୟାବିନେଟ ମୋହର । ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏଣିକି ଗ୍ରାମାଞ୍ଚଳରେ ଘର ତିଆରି ପାଇଁ ରାଜ୍ୟ ସରକାର ସହାୟତା ଦେବେ ।ଏହା ସହ ଦୁଇଟି ସିନେମାକୁ କର ମୁକ୍ତ କରାଯାଇଛି । ‘ଡେଲିଭରୀ ବୟ’ ଏବଂ ଜ୍ବିଗାଟୋ’ କର ମୁକ୍ତ ହୋଇଛି । ଜଳକ୍ଲିଷ୍ଟ ଅଞ୍ଚଳ ପାଇଁ ୩୬୪.୪୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏକସାଇଜ କ୍ୟାଡରକୁ ଷ୍ଟେଟ କ୍ୟାଡର କରାଯାଇଛି । ପ୍ରତିଷ୍ଠା ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବ ବିଦ୍ୟାଳୟ । ଏଥିପାଇଁ ୩୩୦.୧୭ କୋଟିର ବ୍ୟୟବରାଦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଶ୍ରୀ ଶଙ୍କର କର୍କଟ ଗବେଷଣା ପ୍ରତିଷ୍ଠାନକୁ ପଞ୍ଜୀକରଣ ଫି’ ଛାଡ଼ କରାଯାଇଛି ।  ଭିସୁଟ ରୁପାନ୍ତରଣ ପାଇଁ ୨ ହଜାର କୋଟି ବ୍ୟୟରେ IDPକୁ ମଞ୍ଜୁରୀ ମିଳିଛି । ସେହିପରି ପରିବାର ପୂର୍ବରୁ ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ପରିମାଣର ସହାୟତା ରାଶି ପାଇଥିବେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିବ । ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଏକ ଅଣବ୍ୟବସାୟିକ ମୋଟର ଚାଳିତ ଚାରି ଚକିଆ ଯାନ ନଥିବ । ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ ।