୩୧ ରେ ଇ କେୱାଇସି ଶେଷ ହେବ , ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ

ଜାନୁଆରୀ ୩୧ ରେ ଇ କେୱାଇସି ଶେଷ ହେବ , ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ପୁଣି ଥରେ ଅପିଲ କଲେ ମନ୍ତ୍ରୀ , ବୋଧେ ଭୟରେ ଇ କେୱାଇସି ପାଇଁ ଆସୁ ନାହାନ୍ତି , ଖୁବଶୀଘ୍ର ସରେଣ୍ଡର କଲେ ଭଲ ,  ବ୍ଲକରେ  ୨୦୦  ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ,  ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ,  ସେମାନେ ଶୀଘ୍ର ସରେଣ୍ଡର କଲେ ଭଲ ।

ମନ୍ତ୍ରୀ କହିଥିଲେ ଯେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀ ଅଛନ୍ତି । ଇ-କେୱାଇସି ଜରିଆରେ ଏହା ସ୍ପଷ୍ଟ ହୋଇଛି । ଉକ୍ତ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି କରିବା ଆସୁ ନାହାଁନ୍ତି । ସେଥିରେ ଶିକ୍ଷକ, ଡାକ୍ତର, ଅଧ୍ୟାପକ ମଧ୍ୟ ରହିଛନ୍ତି । ତେଣୁ ନିଜ ତରଫରୁ ଅଯୋଗ୍ୟ ହିତାଧିକାରୀମାନେ ଇ-କେୱାଇସି ପୂର୍ବରୁ ନିଜର କାର୍ଡ ଫେରସ୍ତ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ଯଦି କାର୍ଡ ନ ଫେରାନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ କରାଯାଇଛି ।