ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଆରମ୍ଭ ହୋଇଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟମରୁ ଅତି ପ୍ରବଳ ବର୍ଷା ଜାରି ରହିଛି। କେତେବେଳେ ବର୍ଷାର ପରିମାଣ ବଢୁଛି ତ ଆଉ କେତେବେଳେ ସାମାନ୍ୟ କମି ଯାଉଛି। ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ ବୋଲି ଅନୁମାନ କରାଯାଉଛି। ଆଇଏମ୍‌ଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍‌ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନେକ ସମୟରେ ବାତ୍ୟାର ଆଖି ଦୃଶ୍ୟମାନ ହୋଇଥାଏ। କିନ୍ତୁ ଏହ ବାତ୍ୟା ‘ମୋନ୍ଥା’ର ଆଖି ଦୃଶ୍ୟମାନ ହେବ ନାହିଁ। କାରଣ ଏହି ବାତ୍ୟା ସେହିଭଳି ବର୍ଗରେ ଆସୁନାହିଁ। ତେଣୁ ଆଖି ଦୃଶ୍ୟ ହେବାର ସମ୍ଭାବନା ନାହିଁ। ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିବ। ସମ୍ଭବତଃ  ଆଜି ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ।ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର କାକିନାଡାରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠୁଛି। ଏଥି ସହିତ ପ୍ରବଳ ବର୍ଷା ମଧ୍ୟ ହେଉଛି। ତେଣୁ ପବନର ବେଗ ବଢ଼ିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି। ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟ ରାତ୍ରୀରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଥିବାରୁ ଲୋକଙ୍କର ଜୀବନ ପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି। ଆଶା କରାଯାଉଛି ଯେ, ବାତ୍ୟା କାରଣରୁ ୧୪ ଲକ୍ଷ ଲୋକ ପ୍ରଭାବିତ ହେବେ। ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶର କାକିନାଡାରେ ସମୁଦ୍ରରୁ ଉଚ୍ଚ ଜୁଆର ଉଠୁଛି। ଏଥି ସହିତ ପ୍ରବଳ ବର୍ଷା ମଧ୍ୟ ହେଉଛି। ତେଣୁ ପବନର ବେଗ ବଢ଼ିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି। ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟ ରାତ୍ରୀରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରୁଥିବାରୁ ଲୋକଙ୍କର ଜୀବନ ପ୍ରତି ଅଧିକ ଗୁରୁତ୍ବ ଦିଆଯାଉଛି। ଆଶା କରାଯାଉଛି ଯେ, ବାତ୍ୟା କାରଣରୁ ୧୪ ଲକ୍ଷ ଲୋକ ପ୍ରଭାବିତ ହେବେ।

Leave a comment