ଭଙ୍ଗା ହେବ ଡ୍ରଗ୍ସ ମାଫିଆ ଲେଡି ଡନ୍‌ ରଞ୍ଜୁର ଘର

ଭଙ୍ଗା ହେବ ଲେଡି ଡନ୍‌ ରଞ୍ଜୁର ଘର । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଖାଲି ଇସାରାକୁ ଅପେକ୍ଷା । ଘର ଭାଙ୍ଗିବ କମିଶନରେଟ୍‌ ପୋଲିସ । ଜୋନ୍‌ ୧ ଓ ଜୋନ୍‌ ୪ରେ ଥିବା ଡ୍ରଗ୍ସ ମାଫିଆଙ୍କ ଘର ଭଙ୍ଗାଯିବ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଗତ ୧୫ ତାରିଖରେ ବଡଗଡ ଥାନା ଅଞ୍ଚଳରେ ୬୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହାସହ ୧ ଲକ୍ଷ ୨୬ ହଜାର ଟଙ୍କା ମଧ୍ୟ ଜବତ ହୋଇଥିଲା । ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ଚନ୍ଦୁ ହତ୍ୟା ଘଟଣାରେ ମଧ୍ୟ ପୋଲିସ ଲେଡି ଡନ୍‌ ରଞ୍ଜୁ ଓ ତାର ସହଯୋଗୀଙ୍କୁ ଗିରଫ କରିଛି ।

ଯେଉଁମାନେ ସହରରେ ଅପରାଧ ଘଟାଉଛନ୍ତି , ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ ପୋଲିସ କହିଛି ।