ଓୟୋ ହୋଟେଲ ଛାତରୁ ତଳକୁ ଡେଇଁଲେ କାହିଁକି ଯୁବତୀ

ଭୁବନେଶ୍ୱରସ୍ଥିତ ଖଣ୍ଡଗିରି-ଜାଗମରା ପଞ୍ଚସଖା ନଗରରେ ଜଣେ ଯୁବତୀ ଓୟୋ ହୋଟେଲ ଛାତରୁ ପଡ଼ିଯାଇ ମୃତ୍ୟୁ ଘଟିଛି । ତାଙ୍କ ପ୍ରେମିକ ତାଙ୍କୁ ଠେଲିଦେଇ ଥବା ଝିଅର ମା ଅଭିଯୋଗ କରିଛନ୍ତି ।  ଏଠାରେ ଥିବା ଏକ ଓୟୋ ହୋଟେଲ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏହାକୁ ନେଇ ତନାଘନା ଚାଲିଛି। ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମା’। ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା ମୃତ ଯୁବତୀଙ୍କ ମା’ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌, ସିସିଟିଭି ଜବତ କରିଥିବାବେଳେ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସ ପଚରାଉଚରା ଜାରିରଖିଛି।