ଇ-କେୱାଇସି ନ କଲେ କାଲିଠୁ ମିଳିବନି ରାସନ
ଇ-କେୱାଇସି ନ କଲେ କାଲିଠୁ ମିଳିବନି ରାସନ। ଇ-କେୱାଇସି କରିବାର ଆଜି ଶେଷ ତାରିଖ । ଅକ୍ଟୋବର ୩୧ କଣ୍ଟ ଥିଲା ବେଳେ ବିଭାଗର ଅକଲ ଗୁଡ଼ୁମ ହୋଇଯାଇଛି । ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ୫୭ ହଜାର ୨୬୫ ଜଣ ଇ-କେୱାଇସି କରିନାହାନ୍ତି । ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାସି ହୋଇଛି। ତେଣୁ ଆଉ ଦିନକରେ କେତେ ଜଣ ଇ-କେୱାଇସି କରିପାରିବେ ? ତାହା ଏବେ ଚିନ୍ତାର କାରଣ ହୋଇଛି ।
