ଦୁର୍ଘଟଣାର ଶିକାର ହେଲେ ଖଲ୍ଲିକୋଟ ବିଧାୟକ
ଟାଙ୍ଗୀ ୧୬ ନମ୍ଵର୍ ଜାତୀୟ ରାଜପଥ ବଡ଼ପୋଖରୀଆ ଛକ ନିକଟରେ ଅଟୋ କୁ ପଛରୁ ଧକ୍କାଦେଲା ଖଲ୍ଲିକୋଟ ବିଧାୟକ ଙ୍କ କାର, ଅଟୋରେ ଥିବା ସମସ୍ତ ଯାତ୍ରୀ ଆହତ ଅଳ୍ପକେ ବର୍ତ୍ତିଲେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ରସେଠୀ। ଅଟୋ ରେ ଥିବା ଆହତ ଦୁଇ ଯାତ୍ରୀ ଙ୍କୁ ବଡ଼ପୋଖରୀଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। OD 02 BT 5115 ଏକ ହୁଣ୍ଡାଇ କାର ରେ ବିଧାୟକ ଖଲ୍ଲିକୋଟ ରୁ ଭୁବନେଶ୍ୱର ଯାଉଥିବା ବେଳେ ବଡ଼ପୋଖରୀଆ ଛକ ନିକଟରେ ଏକ ଅଟୋ OD 02 AV 3159 କୁ ପଛରୁ ଧକ୍କାଦେଇଥିଲା । ଫଳରେ ଦୁର୍ଘଟଣାରେ ଶିକାର ହୋଈଥିବା ଦୁଇ ଆହତ ଙ୍କୁ ବଡ଼ପୋଖରୀଆ ରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରି ଚିକିତ୍ସାଧିନ ଚାଲିଛି। ଘଟଣା ସ୍ଥଳରେ ଜଙ୍କିଆ ପୋଲିସ୍ ପହଂଚି ତଦନ୍ତ କରୁଛି।ଆହତ ମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ର କନ୍ଧନୟାଗଡ଼ ପଞ୍ଚାୟତର କୃଷ୍ଣ ଚନ୍ଦ୍ର ବେହେରା (କୁଶୁନି ) ବୟସ 28 ଏବଂ ପ୍ରଶାନ୍ତ ସାହୁ (ଟିକି)ବୟସ 27 , ଅଟୋ ଚାଳକ ସୁଧୀର ବେହେରା (ନଣ୍ଡୁ) 28 । ସମସ୍ତେ କନ୍ଧନୟାଗଡ଼ ଗ୍ରାମର ଗଡ଼ ସାହିର ବୋଲି ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଏକ ଡାକ୍ତରଖାନା ରେ ସାହିର ଜଣେ ସମ୍ପର୍କିୟ ଭାଉଜ ଙ୍କ ଅସ୍ତ୍ରୋପଚାର ରେ ଆବଶ୍ୟକ ରକ୍ତ ଦେବାପାଇଁ ଯାଉଥିବାବେଳେ ବଡ଼ପୋଖରୀଆ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ବାହାରିବା ବେଳେ ପଛରୁ ଧକ୍କାଦେଇଥିଲା ବିଧାୟକ ଙ୍କ କାର।