କାର୍ତ୍ତିକ ମାସର ପ୍ରଥମ ସୋମବାର: ମହାଦେବଙ୍କ ପୀଠରେ ଭକ୍ତଙ୍କ ଭିଡ଼
କଟକ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଭକ୍ତମାନେ ଆଜି ଶିବ ମନ୍ଦିରରେ ଭିଡ ଲଗାଇଥିବା ଦେଖିବାକୁ ମିଳିଥିଲା । ଆଜି କଟକ ଧବଳେଶ୍ଵର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା । କରୋନା ପାଇଁ ଦୁଇବର୍ଷ କଟକଣା ପରେ ଚଳିତବର୍ଷ କାର୍ତ୍ତିକ ମାସ ସୋମବାରରେ ଭକ୍ତଙ୍କ ସମାଗମ ଅଧିକା ହୋଇଛି। ଭୋର ୪ଟା ବେଳେ ପହଡ଼ ଖୋଲାଯିବା ପରେ ମନ୍ଦିରରେ କାର୍ତ୍ତିକ ସୋମବାରର ନୀତିକାନ୍ତି ଆରମ୍ଭ ହୋଇଥିଲା। ଦୀର୍ଘ ଦୁଇ ବର୍ଷ ହେଲା ମହାମାରୀ କରୋନା କଟକଣା କାରଣରୁ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ। ହେଲେ ୨ ବର୍ଷ ପରେ କରୋନା କଟକଣା ହଟିଥିବାରୁ ଶ୍ରଦ୍ଧାଳୁମାନେ ପୀଠକୁ ଯାଇ ବାବାଙ୍କ ଦର୍ଶନ କରିପାରିଛନ୍ତି।