ନୟାଗଡ଼: ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ୍ । ଚେନ୍ନାଇ ଠାରେ ଥିବା କେନ୍ଦ୍ରସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ୍ ରେଜେଷ୍ଟ୍ରି ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା । ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଯାଇଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ରେଜିଷ୍ଟ୍ରେସନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ପ୍ରଶାସନ ସହାୟତାରେ କଣ୍ଟିଲୋ ସ୍ଥିତ ନୀଳମାଧବ କୃଷି ସଂଗଠନ ଏହି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିଥିଲା l ପୋଷକ ତତ୍ତ୍ବରେ ପରିପୂର୍ଣ୍ଣ ଏହି ବାଇଗଣର ସ୍ବାଦ ମଧ୍ୟ ଭାରୀ ନିଆରା l ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ବଢ଼ି ଚାଲିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post