“ଝିଅ ବଞ୍ଚାନ୍ତୁ ଝିଅ ପଢାନ୍ତୁ” କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକ୍ରମ ଅନୁଷ୍ଠିତ

“ଝିଅ ବଞ୍ଚାନ୍ତୁ ଝିଅ ପଢାନ୍ତୁ” କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟର କାର୍ଯ୍ୟକ୍ରମ ଅନୁଷ୍ଠିତ

ମେଟ୍ରୋ ଟିଭି ଓଡିଶା (୧୪ .୩ . ୨୦୨୨) :

ଉତ୍କଳ ରଙ୍ଗମଞ୍ଚ ଜୟଦେବବିହାର ଠାରେ କଲିଙ୍ଗ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ “ଝିଅ ବଞ୍ଚାନ୍ତୁ ଝିଅ ପଢାନ୍ତୁ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ କୁ ଉଦଘାଟକ ଭାବରେ କୁଳପତି ପ୍ରଫେସର ଡ କମଲ ଜିତ ସିଂହ, ମୁଖ୍ୟ ଅତିଥ ଭାବେ ଡ ମିନତି ବେହେରା, ଉପଦେଷ୍ଟା ଶାଶ୍ଵତୀ ମିଶ୍ର, ଓ ସମ୍ପାଦକ ମନୋଜ ରାଉଳ ଯୋଗ ଦେଇଥିଲେ | ପ୍ରାରମ୍ଭିକ ଭଜନ ଓ ଓଡିଶୀ ନୃତ୍ୟ ପରେ ସଭାପତି ଡ ନାରାୟଣ ମହାପାତ୍ର ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ବିଷୟ ରେ ସମସ୍ତଙ୍କୁ ସୂଚନା ଦେଇଥିଲେ | ସମ୍ମାନୀୟ ଅତିଥି ମାନେ ଏହିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତେ ମିଳିମିଶି ସହଯୋଗ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ| ଉଦଘାଟକ ପ୍ରଫେସର ଡ କମଲଜିତ ସିଂ କୁଳପତି ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ମଧ୍ୟ ଝିଅ ପିଲା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ନିମନ୍ତେ ଆହ୍ଵାନ ଦେଇ ଅନୁଷ୍ଠାନ ର କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିଥିଲେ |

ଓଡ଼ିଶାରେ ଝିଅ ପିଲା ମାନେ ନିର୍ଭୟ ରେ ଚାଲି ବୁଲି ପାରୁଥିବାରୁ ପ୍ରଶଂସା କରିଥିଲେ, ମୁଖ୍ୟଅତିଥି ଅଧ୍ୟକ୍ଷ ରାଜ୍ୟ ମହିଳା କମିଶନ ଡ ମିନତି ବେହେରା ଝିଅ ମାନଂକ ସହିତ ଖରାପ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ | ଝିଅ ପିଲା ପୁଅ ପିଲା ଙ୍କ ମଧ୍ୟ ରେ ସମାନତା ରହୁ ଏଥି ନିମନ୍ତେ ଝିଅମାନେ ନିଜେ ନିଜ କିପରି ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ପାରିବେ ଚେଷ୍ଟା କରନ୍ତୁ | ସମାଜରେ ଭ୍ରୁଣ ହତ୍ୟା କିପରି ଭାବରେ ରୋକା ଯାଇ ପାରିବ ସେ ନେଇ ସହଯୋଗ କରିବାକୁ ଅନୁରୋଧ କରିଥିଲେ| କାର୍ଯ୍ୟକ୍ରମ ରେ ସମାଜରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ଅଶୋକ ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ ଓ ପାଞ୍ଚରାତ୍ର ଧାରା ରେ ଶ୍ରୀଜଗନ୍ନାଥ ର ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀମତି ମଧୁସ୍ମିତା ମହାନ୍ତି ଙ୍କୁ “ରାଜ୍ୟ ସ୍ତରୀୟ କଳିଙ୍ଗ ରତ୍ନ” ସମ୍ମାନ ପ୍ରଦାନ କରାଯାଇଥିଲା |ସମାଜ ସେବା ନିମନ୍ତେ ବିଭିନ୍ନ ବର୍ଗ ରେ ଯଥା ଡାକ୍ତର, ସାମ୍ବାଦିକ, ସଙ୍ଗୀତଜ୍ଞ, ସାମାଜିକ କର୍ମୀ, ଓ ଜନ ସାଧାରଣ ଙ୍କ ସାଙ୍ଗରେ ସର୍ବଦା କଲ୍ୟାଣ ମୂଳକ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେଉଛନ୍ତି, ସେମାନଙ୍କୁ ଉସ୍ଥାହିତ ପାଇଁ “ସେବା ଗୌରବ ସମ୍ମାନ”ମଧ୍ୟ ପ୍ରଦାନ କରାଯାଇଛି, ଡ ଉତ୍କଳ ଖାଡେଙ୍ଗା, ଡ ନଳିନୀ କାନ୍ତ ସାହୁ, ଡ ସତ୍ୟସ୍ମିତା ଜେନା, ଡ ସୁଶୀଲ ପଟ୍ଟନାୟକ, ଡ ସୁପ୍ରିତି ପାତ୍ର, ବିଜୟ ଖୁଣ୍ଟିଆ, ଅଭିଷେକ ମହାନ୍ତି, ବିନୋଦ ବେହେରା, ସୁବିର କୁମାର ପାଣ୍ଡେ, ପ୍ରମୁଖ ଙ୍କୁ ସେବା ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଶେଷରେ ମହିଳା ଫୋରମା ର ସଦସ୍ୟ ମାନେ ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ | କାର୍ଯ୍ୟକ୍ରମ ରେ ଉପଦେଷ୍ଟା ଉମାନାଥ ମିଶ୍ର, ଦିଲ୍ଲୀପ ପଟନାୟକ, ଉମାନାଥ ମିଶ୍ର ବିପିନ ବିହାରୀ ସାହୁ, ଅନ୍ତତର୍ଯ୍ୟମି ନାୟକ, ରଞ୍ଜନ ସାମଲ, ସୁମନ୍ତ ରାଉଳ, ଅଚ୍ୟୁତ ପ୍ରସାଦ ବେହେରା, ବିରଞ୍ଚି ରାଉତ, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ, ରାହୁଲ ପଳେଇ, ସୋନୁ ସାହୁ, ମନୋରଞ୍ଜନ ପଲେଇ, ଓ ଅନୁଷ୍ଠାନ ପକ୍ଷରୁ ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ|