କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

ଭୁବନେଶ୍ବର: ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ଝିଙ୍ଗିଆ ଓରାମ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ।  ଆପୋଲୋ ହସ୍ପିଟାଲରେ ଗତ ସାତ ଦିନ ଧରି ଡେଙ୍ଗୁ ରୋଗରେ ଚିକିତ୍ସା ହେଉଥିଲେ । ଶେଷରେ ଶନିବାର ରାତି ୧୦.୫୦ ମିନିଟ୍ ସମୟର ତାଙ୍କର ଦେହାନ୍ତ ହୋଇଥିବା ନେଇ ଖବର ମିଳିଛି।

ଭୁବନେଶ୍ୱର ଲୁମ୍ବିନି ବିହାର ସ୍ଥିତ ଜୁଏଲ ଓରାମଙ୍କ ବାସଭବନରେ ଝିଙ୍ଗିଆଙ୍କ ଶେଷ ଦର୍ଶନ ଲାଗି ରାତି ଅଧରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ବାଚସ୍ପତି, ଉପ ବାଚସ୍ପତି , ସ୍ୱାସ୍ଥ୍ୟମନ୍ତ୍ରୀ , ଅବକାରୀ ମନ୍ତ୍ରୀ , କ୍ରୀଡା ମନ୍ତ୍ରୀ , ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ସମେତ ବହୁ ବିଧାୟକ ଏବଂ ପୂର୍ବତନ ସଭାପତି ସହ ଅନେକ କର୍ମୀ ଉପସ୍ଥିତ ରହିଥିଲେ । ରାତି ୩ଟା ୧୦ ମିନିଟ ସମୟରେ ଲୁମ୍ବିନି ବିହାରରୁ ନିଜ ଜନ୍ମ ଭୂମି ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁଡିହିକୁ ମରଶରୀର ଯାଇଛି। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ଦେଇଛନ୍ତି ଜୁଏଲ ଓରାମ । ଭାରତୀୟ ଜନତା ପାର୍ଟିର ସହ ବହୁ କର୍ମୀ ଏବ ନେତାଙ୍କ ପାଇଁ ସେ ଏକ ସ୍ନେହୀ ଥିଲେ , ମେଳାପୀ ଥିଲେ ।