ବଦଳିଲେ ୮ ଜିଲ୍ଲା ଏସ୍‌ପି

ଆଇପିଏସ୍‌ ସ୍ତରରେ ଆଜି ବଡ଼ଧରଣର ଅଦଳବଦଳ ହୋଇଛି। ଏସ୍‌ଏଫ୍‌ଏସ୍‌ଏଲ୍‌ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ରେଞ୍ଜ୍‌ ଡିଆଇଜି, ଏସ୍‌ପି ପର୍ଯ୍ୟନ୍ତ ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି। ଦୁଇ ରେଞ୍ଜ ଓ ୮ ଜିଲ୍ଲା ଏସ୍‌ପିଙ୍କର ପରିବର୍ତ୍ତନ କରାଯାଇଛି। ଏ ନେଇ ଗୁରୁବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୫ ବ୍ୟା‌ଚ୍‌ ଆଇପିଏସ୍‌ ଅଫିସର ତଥା ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଏସ୍‌ଏଫ୍‌ଏସ୍‌ଏଲ୍‌ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୦୨ ବ୍ୟାଚ୍ ଆଇପିଏସ୍‌ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜି ଏସ୍‌ ପ୍ରବୀନ କୁମାରଙ୍କୁ ଆଇଜି ପ୍ରୋଭିଜନିଂ, ୨୦୦୨ ବ୍ୟାଚ୍ ଆଇପିଏସ୍‌ ଅଫିସର ଗଜ୍‌ଭିଏ ସତୀଶ କୁମାର ଈଶ୍ବରଦାସଙ୍କୁ ଆଇଜି ସ୍ପେସାଲ୍‌ ଆର୍ମଡ୍‌ ପୁଲିସ, ୨୦୦୩ ବ୍ୟାଚ୍ ଆଇପିଏସ୍‌ ଅଫିସର ତଥା ଆଇଜି ଭିଜିଲାନ୍ସ ‌ସଞ୍ଜୟ କୁମାର କୌଶଲଙ୍କୁ ଆଇଜି ଇଓଡବ୍ଲ୍ୟୁ ଓ ୨୦୦୭ ବ୍ୟାଚ୍ ଆଇପିଏସ୍‌ ଅଫିସର ଅବିନାଶ କୁମାରଙ୍କୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।୨୦୦୮ ବ୍ୟାଚ୍ ଆଇପିଏସ୍‌ ଅଫିସର ତଥା ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଓ ୨୦୧୧ ବ୍ୟାଚ୍ ଆଇପିଏସ୍‌ ତଥା ପୁରୀ ଏସ୍‌ପି ପୀନାକ ମିଶ୍ରଙ୍କୁ ପୂର୍ବାଞ୍ଚଳ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ତଥା ଝାରସୁଗୁଡ଼ା ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମଦାସଙ୍କୁ ଏସ୍‌ପି କ୍ରାଇମ୍‌ବ୍ରାଞ୍ଚ, ୨୦୧୪ ବ୍ୟାଚ୍ ଆଇପିଏସ୍‌ ତଥା ଏସ୍‌ପି ରେଳବାଇ ବିବେକାନନ୍ଦ ଶର୍ମାଙ୍କୁ ଖୋର୍ଦ୍ଧା ଏସ୍‌ପି, ୨୦୧୪ ବ୍ୟାଚ୍ ଆଇପିଏସ୍‌ ତଥା ଏସ୍‌ପି କଟକ (ଗ୍ରାମାଞ୍ଚଳ) ପ୍ରତୀକ ସିଂହଙ୍କୁ ପୁରୀ ଏସ୍‌ପି, ୨୦୧୫ ବ୍ୟାଚ୍ ଆଇପିଏସ୍‌ ଅଫିସର ତଥା ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବାଲେଶ୍ବର ଏସ୍‌ପି, ୨୦୧୬ ବ୍ୟାଚ୍ ଆଇପିଏସ୍‌ ଅଫିସର ବିନୀତ ଅଗ୍ରୱାଲ୍‌ଙ୍କୁ କଟକ (ଗ୍ରାମାଞ୍ଚଳ) ଏସ୍‌ପି , ୨୦୧୮ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ବାଲେଶ୍ବର ଏସ୍‌ପି  ରାଜ୍‌ପ୍ରସାଦଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି, ୨୦୧୯ ବ୍ୟାଚ୍‌ ଆଇପିଏସ୍‌ ତଥା ନୂଆପଡ଼ା ଏସ୍‌ପି ଗୁନ୍ଦାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଝାରସୁଗୁଡ଼ା ଏସ୍‌ପି, ୨୦୨୧ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ଭୁବନେଶ୍ବର ଏଡିସିପି ଅଙ୍କିତ କୁମାର ବର୍ମାଙ୍କୁ ଜଗତସିଂହପୁର ଏସ୍‌ପି, ୨୦୨୧ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ଖୋର୍ଦ୍ଧା ଏଏସ୍‌ପି ଅମ୍ରିତ୍‌ପାଲ୍‌ ସିଂହଙ୍କୁ ନୂଆପଡ଼ା ଏସ୍‌ପି, ୨୦୨୧ ବ୍ୟାଚ୍‌ ଆଇପିଏସ୍‌ ଅଫିସର ତଥା ଭୁବନେଶ୍ବର ଏଡିସିପି ଅମ୍ରିତ୍‌ପାଲ୍‌ କଅଁରଙ୍କୁ ସୁନ୍ଦରଗଡ଼ ଏସ୍‌ପି ଏବଂ ଜଗତସିଂହପୁର ଏସ୍‌ପି ଭବାନୀଶଙ୍କର ଉଦ୍‌ଗାତାଙ୍କୁ ରେଳବାଇ ଏସ୍‌ପି ଭାବେ ନିଯୁକ୍ତ ଦିଆଯାଇଛି।

 

Leave a comment