ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି । ସେପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଗିରଫ କରିପାରେ ଇଡି । ଆର୍ଥିକ କାରବାର ଦିଗକୁ ନେଇ ତାଙ୍କ ଠାରୁ ତଥ୍ୟ ବାହାର କରିବ ଇଡି । ସେପଟେ ମାରାଥନ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡିର ଅଧିକାରୀମାନେ ନାଗ-ଚାନ୍ଦ ଦମ୍ପତିଙ୍କୁ ମାରାଥନ ଜେରା କରିଛନ୍ତି । ଜେରା ବେଳେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି । ଆବଶ୍ୟକ ହେଲେ ଇଡି ଖଗେଶ୍ୱରଙ୍କୁ ବି ରିମାଣ୍ଡରେ ଆଣିପାରେ ।