ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇଲା ଭାରତ

ଭୁବନେଶ୍ବର: ଏଫଆଇଏଚ ପ୍ରୋ ହକି ଲିଗରେ ଭାରତ ଦମଦାର ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇଲା ଭାରତ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲ। ଭାରତ। ପ୍ରୋ ହକି ଲିଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଦ୍ୱିତୀୟ ବିଜୟ । ଗତ ସପ୍ତାହରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭାରତ ୪-୩ ଗୋଲରେ ପରାସ୍ତ କରିଥିଲା ।

କଳିଙ୍ଗ ହକି କଂପ୍ଲେକ୍ସରେ ଶୁକ୍ରବାର ସଂଧ୍ୟା ଗୋଲ୍ ରୋମାଞ୍ଚରୁ ଆରମ୍ଭ ହୋଇଥିଲା। ଦ୍ବିତୀୟ ମିନିଟ୍‌ରେ ହିଁ ସାଇମନ୍ ଚାଇଲ୍ଡ ଗୋଲ୍ ଦେଇ ଭାରତକୁ ପଛୁଆ କରି ଦେଇଥିଲେ । ଦ୍ବିତୀୟ ମିନିଟ୍‌ରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ଲଗାତାର ତୃତୀୟ ପେନାଲ୍ଟି କର୍ଣ୍ଣରରୁ ହର୍ମନପ୍ରୀତ୍ ଗୋଲ୍ ଦେଇ ଭାରତକୁ ବରାବର ସ୍ଥିତିକୁ ଆଣିଥିଲେ ମଧ୍ୟ ଏହାକୁ ନ୍ୟୁଜିଲାଣ୍ଡ୍ ଅଧିକ ସମୟ ରଖିନଥିଲା । ଲଗାତାର ଦୁଇ ଗୋଲ୍ ଦେଇ ଭାରତକୁ ପୁଣି ଥରେ ପଛୁଆ କରି ଦେଇଥିଲା ।