ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
୬୮୫ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଫଳରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପ । ୮୨୩ କୋଟି ବ୍ୟୟରେ ଦେଓ ଜଳ ସେଚନ ପ୍ରକଳ୍ପ ହେବ । ଦେଓ ନଦୀ ଉପରେ ନିର୍ମିତ ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ କରାଯିବ । ଉଭୟ ବାମ ଏବଂ ଦକ୍ଷିଣ ପାର୍ଶ୍ୱରେ ୫୮ କି.ମି କେନାଲ ଖୋଳାଯିବ । ୯୯ଶହ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା ଏଥିରେ ହୋଇପାରିବ । ମୟୂରଭଞ୍ଜ ଜିଲ୍ଲାର ୨୭ ହଜାର ହେକ୍ଟରରୁ ଅଧିକ ଚାଷ ଜମି ହେବ ଜଳସେଚିତ । ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ ବୋଲି କୁହାଯାଇଛି