ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ତା କଡାକଡି

ଆଜି ଓ ଆସନ୍ତାକାଲି ଶ୍ରୀମନ୍ଦିରରେ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ମାର୍ଗଦର୍ଶିକା ଜାରି କରାଯାଇଛି । ଭୁବନେଶ୍ଵର ବ୍ରହ୍ମଗିରି କୋଣାର୍କ ପାର୍ଶ୍ବରୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମାର୍କେଟ ଛକ ପର୍ଯ୍ୟନ୍ତ ଯିବା ପାଇଁ ଅନୁମତି ରହିଛି । ମାର୍କେଟ ଛକ ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ପାର୍କିଂରେ ଦୁଇ ଚକିଆ ଯାନକୁ ପାର୍କିଂ କରିପାରିବେ । ସେହି ପାର୍କିଂ ସ୍ଥଳ ପୂର୍ଣ୍ଣ ହୋଇଯାଇଥିଲେ ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ମେଡିକାଲ୍ ଛକ ମଧ୍ୟରେ ପୂର୍ବପାର୍ଶ୍ଵରେ ଚିହ୍ନିତ ପାର୍କିଂ ଅଞ୍ଚଳରେ ପାର୍କିଂ କରିପାରିବେ। ସେହିପାରୀ ବେଳାଭୂମି ଆଡ଼କୁ ଯିବାକୁ ଚାହୁଁଥିବା ଦୁଇ ଚକିଆ ଯାନ ମଙ୍ଗଳା ଘାଟ ଛକ ଦେଇ ଷ୍ଟର୍ଲିଙ୍ଗ ରିଶୋର୍ଟ ଛକ ପାର୍କିଂରେ ଗାଡ଼ି ପାର୍କିଂ କରିପାରିବେ ।