ବାଲିଯାତ୍ରା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଉପର ପଡ଼ିଆରେ ବାଲିଯାତ୍ରା ନକରିବା ନେଇ ପ୍ରଶାସନକୁ ହାଇକୋର୍ଟ ପରାମର୍ଶ ଦେଇଛନ୍ତି । ଏ ପ୍ରସଙ୍ଗରେ ଆଜି କଟକ ଜିଲ୍ଲାପାଳଙ୍କ  ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଆଜି କୋର୍ଟରେ ସତ୍ୟପାଠ ଦାଖଲ ହେବ। ବ୍ୟବସାୟୀଙ୍କ ହିତ, କଟକବାସୀଙ୍କ ଭାବାବେଗକୁ ବାଧା ନଦେବା ଭଳି ନିଷ୍ପତ୍ତି ନିଆଯାଇଛି। ଯାହା ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରାଯିବ। କୌଣସି ବ୍ୟବସାୟୀ କିମ୍ବା ଷ୍ଟେକ୍ ହୋଲଡରଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଯାହା କୋର୍ଟ ନିର୍ଦ୍ଦେଶ ଦେବେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।