ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ ହୀରାକୁଦ ଜଳ
ହୀରାକୁଦରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳିରେ ଆଜି ସନ୍ଧ୍ୟାରେ ପହଞ୍ଚିବ। ହୀରାକୁଦ ଜଳ ମିଶିବା ପରେ ମୁଣ୍ଡଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଆଜି ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ସେ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ କରାଯିବ ।କିଛି ସମୟ ମଧ୍ୟରେ ୪୦ ଗେଟରୁ ୪ଟି ବନ୍ଦ ହେବ, ଗେଟ୍ ବନ୍ଦ କରାଯିବା ନେଇ ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ହୀରାକୁଦ୍ ଡ୍ୟାମରୁ 36ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ ।
ସେପଟେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ ହେବ, କାଲି ସକାଳେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ, ଆଜି ବେଶି ବର୍ଷା ହେବନି । କାଲି ଓ ପଅରିଦିନ ବେଶି ବର୍ଷିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ତେବେ ଦିନକ ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯାଇଥିବା ୧୪ଟି ଗେଟ୍ ପାଣି ଆଜି ସନ୍ଧ୍ୟାରେ ମୁଣ୍ଡୁଳିରେ ମିଶିବ। ହୀରାକୁଦ୍ ଡ୍ୟାମର ଅଧିକ ଗେଟ୍ ବନ୍ଦ ସମ୍ପର୍କରେ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ବର୍ଷା ସମ୍ଭାବନା ରହିଛି।