ହାଇସିକ୍ୟୁରିଟି ନମ୍ବରକୁ ନେଇ ଜନସ୍ବାର୍ଥ ମାମଲା

କଟକ: ଓଡ଼ିଶା ଭଳି ରାଜ୍ୟରେ ଯେଉଁଠି ଅଧା ଗାଁରେ ଏବେ ବି ନେଟଓ୍ବାର୍କ ନାହିଁ ସେଭଳି ପରିସ୍ଥିତିରେ ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟର ନମ୍ବର ପ୍ଲେଟ୍ ବା ଏଚଏସ୍ଆରପି ଲଗାଇବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଆବଶ୍ୟକ ବ୍ୟବସ୍ଥା ନଥାଇ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା ଆବେଦନରେ କୁହାଯାଇଛି । ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆବେଦନକାରୀ କହିଛନ୍ତି ଯେ ଏଚଏସଆରପି ଦ୍ୱାରା କଣ ଲାଭ ମିଳିବ ସେ ନେଇ ସାଧାରଣ ଲୋକେ ଅଜ୍ଞ । ସାଧାରଣ ଲୋକଙ୍କ ପାଇଁ ମଧ୍ୟ କେଉଁଠି କିପରି ଅନଲାଇନ ଆବେଦନ କରାଯିବ ତାହାର ସୂଚନା ଦିଆଯାଉନାହିଁ । ଲୋକେ ଠକାମିର ଶିକାର ହେଉଛନ୍ତି । ଖର୍ଚାନ୍ତ ହେଉଛନ୍ତି ।

କିନ୍ତୁ ସରକାର ନିୟମ ଉଲ୍ଲଂଘନ ପାଇଁ ଏଥିପାଇଁ ଜରିମାନା ଧାର୍ଯ୍ୟ କରିଛନ୍ତି । ଯଦି ସରକାର ଏଭଳି ଏକ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତେବେ ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ ଏଚଏସଆରପି ପାଇଁ ଗାଡି ମାଲିକ ଯେପରି ବୁକିଂ କରି ପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।