ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର

ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ‘ୱାର୍କିଂ ଗ୍ରୁପ୍’ (Working Group) ଗଠନ କରାଯାଇଛି। ଏହି ଗ୍ରୁପ୍‌ରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଏବଂ ବିଭିନ୍ନ ପ୍ରବାସୀ ଭାରତୀୟ ସଂସ୍ଥାମାନଙ୍କୁ ସାମିଲ କରାଯାଇଛି।

ସହାୟତା ପାଇଁ ଜାରି ହେଲା ଜରୁରୀକାଳୀନ ନମ୍ବର:

ମଧ୍ୟ ପ୍ରାଚ୍ୟର ବିଭିନ୍ନ ଦେଶରେ ଥିବା ଓଡ଼ିଆ ଭାଇ ଓ ଭଉଣୀମାନେ କୌଣସି ପ୍ରତିକୂଳ ପରିସ୍ଥିତିରେ ନିମ୍ନଲିଖିତ ନମ୍ବରଗୁଡ଼ିକରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି:

  • ବୈଦେଶିକ ମନ୍ତ୍ରଣାଳୟ (Help Desk): ୮୦୦-୪୬୩୪୨

  • ହ୍ୱାଟ୍ସ ଆପ୍ ନମ୍ବର (WhatsApp): ୯୭୧୫୪୩୦୯୦୫୭୧

  • ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ (Nodal Officer): ୯୫୮୩୩୨୧୯୬୪ (ଶ୍ରୀ ପ୍ରିତିଶ ପଣ୍ଡା)
    https://x.com/i/status/2028528354157322375

ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ, ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଥିବା ପ୍ରତିଟି ଓଡ଼ିଆଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ସେଠାରେ ରହୁଥିବା ବ୍ୟକ୍ତି ବା ସେମାନଙ୍କ ପରିବାର ସଦସ୍ୟ ଏହି ନମ୍ବରରେ ଯୋଗାଯୋଗ କରି ସୂଚନା ଓ ସହାୟତା ପାଇପାରିବେ।

Leave a comment