ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ବର: ଦୁର୍ବଳ ହୋଇଛି ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ହେଲେ ଏବେ ବି ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।

ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦ୍ୱୈତ-ସହର କଟକ ଭୁବନେଶ୍ବର ସହର ରେ ମେଘୁଆ ପାଗ ସହ ଲାଗିରହିଛି ତୁହାକୁ ତୁହା ବର୍ଷା ର ପ୍ରଭାବ, ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସହ ମଝିରେ ମଝିରେ ଘଣ୍ଟା ପ୍ରତି ବର୍ଷାର ତୀବ୍ରତା ୨ ରୁ ୩ ସେମି ଯାଏଁ ରହୁଛି ।