ସହିଦ ଦେବାଶିଷ ଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ

ଭୁବନେଶ୍ବର :  ସହିଦ ଦେବାଶିଷ ବିଶ୍ବାଳଙ୍କୁ  ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହାଛଡ଼ା ସେଠାରେ  ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ସହିଦ ଦେବାଶି‌ଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ।  ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିକୁ ନିଆଯାଇଛି।
ଗାଁ’ ଶ୍ମଶାନରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ।