ମେଟ୍ରୋଟିଭିଓଡିଶା(୬.୩.୨୦୨୨)
ରାଜ୍ୟରେ ସରକାରୀ ମେଡିକାଲ କଲେଜରେ ଫିସ୍ ବୃଦ୍ଧି କରାହେବ | ମେଡିକାଲ ପାଠପଢା ପାଇଁ ଛାତ୍ରଛାତ୍ରଙ୍କୁ ଦେବାକୁ ପଡ଼ିବ ଅଧିକ ଫିସ୍ । ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ପାଇଁ ଫିସ୍ ୪୯ ପ୍ରତିଶତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ସେହିପରି ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମ ପାଇଁ ୨୭ ପ୍ରତିଶତରୁ ଅଧିକ ଫିସ୍ ବୃଦ୍ଧି କରାଯାଇଛି । ତେବେ ଏହି ଫିସ୍ ବଢ଼ିବା ଅଭିଭାବକଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଏହାକୁ ନେଇ ଅନେକ ପ୍ରତିକ୍ରିୟା ଆସିଛି କି ରାଜ୍ୟରେ ଫିସ୍ ଅଧିକ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ବିଦେଶକୁ ଯାଇ ପାଠ ପଢ଼ୁଛନ୍ତି । ବର୍ତ୍ତମାନ ୟୁକ୍ରେନରେ ହଜାର ହଜାର ମେଡିକାଲ ଛାତ୍ରଛାତ୍ରୀ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମେଡିକାଲ ଫିସ୍ ବୃଦ୍ଧି କରିବା ନିହାତି ଚିନ୍ତାର ବିଷୟ ।